ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଫେବୃଆରୀ ୨୦୨୩
ପ୍ରେମ ପାଇଁ ଆଜି ଦିନ ଟିଏ ବୋଲି
ପଡ଼ୁଅଛି ଖାଲି ହୁରି
ପ୍ରକୃତ ପ୍ରେମର ପରିଭାଷା ସବୁ
ପକାଇଛୁ କି ପାଶୋରି.
ତ୍ୟାଗ ସେବା ସବୁ ପ୍ରେମ ମୂଳ କଥା
କହି ଥାଏ ଧର୍ମ ଶାସ୍ତ୍ର
ସେପରି ପ୍ରେମ ହିଁ ହୁଏ କାଳଜୟୀ
ସଂସ୍କାର ର ଏହି ମତ.
ଶାଶ୍ୱତ ପ୍ରେମ ହିଁ କାଳ କାଳ ପାଇଁ
ରହିଥାଏ ଉଜ୍ଜୀବିତ
ସବୁ ପୁରାଣରେ ସବୁ ଇତିହାସେ
ବହୁଅଛି ପ୍ରେମ ସ୍ରୋତ.
କାମନା ବାସନା ପ୍ରେମେ ପଶିଗଲେ
ପ୍ରେମ ହୁଏ କଳୁଷିତ
ସେ ପ୍ରେମରେ କେବେ ସୁଫଳ ମିଳେନା
କରେନାହିଁ କା’ର ହିତ.