ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ଡିସେମ୍ବର ୨୦୨୨
ପ୍ରେମ ରେ ବଞ୍ଚିଛି ଦୁନିଆଁ
ପ୍ରେମ ହାନୀ ଯଦି ହେବ କେତେବେଳେ
ହୃଦୟେ ଲାଗିବ ନିଆଁ.
ପ୍ରେମ ଯଦି ନ ରହିଲା
ଯେତେ ଧନ ରତ୍ନ ପାଶେ ଥିଲେ ଥାଉ
ଲାଗେ ସବୁ ମଲା ମଲା.
ପ୍ରେମଟାର ନାହିଁ ଭାଷା
ହୃଦୟେ ହୃଦୟ ମନ ଟାରେ ମନ
ମିଶିବାର ପରିଭାଷା.
ପ୍ରେମରେ ନାହିଁ ତ ଦାବି
ଦାବି ଯଦି କିଏ ‘ପ୍ରେମ’ରେ କରିଲା
ଫିକା ହୁଏ ପ୍ରେମ ଛବି.
ପ୍ରେମ ସର୍ବଦା ପବିତ୍ର
ସୂର୍ଯ୍ୟ ରଶ୍ମି ପରି ତେଜଦୀପ୍ତ ତାହା
ପୂତ କରେ ମନ ଗାତ୍ର.
ଭକ୍ତ ପ୍ରେମ ପ୍ରଭୁ ପାଇଁ
ଉନ୍ମାଦିତ କରେ ଭକତ କୁ ସଦା
ସଂସାର ବନ୍ଧନ ଡେଇଁ.
ଅପତ୍ୟ ପ୍ରେମ ର ଧାରା
ମଣିଷ ଜନମ କାଳୁ ରହିଅଛି
ସନ୍ତାନ ପ୍ରେମ ପସରା.
ନାରୀ ପୁରୁଷ ଙ୍କ ପ୍ରେମ
ଦେହ ଆଉ ସ୍ୱାର୍ଥ ଉର୍ଦ୍ଧରେ ରହିଲେ
ଲଭି ପାରେ ସ୍ୱର୍ଗ ଧାମ.
ଜୀବ ନିର୍ଜୀଵ ର ପ୍ରେମ
କରିଅଛି ଏହି ଧରା କୁ ସୁନ୍ଦର
ଲାଗେ ବଇକୁଣ୍ଠ ଧାମ.
ତେଣୁ:-
ପ୍ରେମ ଟା ସ୍ୱାର୍ଥ ରହିତ
ପ୍ରେମ ମଧ୍ୟେ ସ୍ୱାର୍ଥପରତା ପଶିଲେ
ହେବନି କାହାରି ହିତ.