• About
  • Contact
Thursday, July 10, 2025
Thursday, July 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପରିଚୟ

ପରିଚୟ
Share on FacebookShare on Xshare on Whatsappshare on Linkedin
ପଦ୍ମାଳୟା ସାମଲ, ଭୁବନେଶ୍ୱର, ୭ ମାର୍ଚ ୨୦୨୩

ଘଡ଼ିକି ଘଡ଼ି ବଦଳୁଛି ସବୁକିଛି
ମିନିଟ କଣ୍ଟାଠୁ ଘଣ୍ଟାକଣ୍ଟା
ଦିନରୁ ରାତି, ବାରରୁ ସପ୍ତାହ
ସପ୍ତାହରୁ ମାସ, ମାସରୁ ବର୍ଷ
ସବୁକିଛି ବଦଳି ଯାଉଛି ଧୀରେଧୀରେ l
ଏଇ ବଦଳିବା ସାଥିରେ ବଦଳୁଛି
ମଣିଷର ଶରୀର, ମାନସିକତା
ଦୃଷ୍ଟିକୋଣ ଆଉ ଇଛା ସବୁ କିଛି l

ପ୍ରତିଦିନ କଟୁଥାଏ କିଛି କିଛି ଆୟୁଷ
ଅଥଚ ଜଣାପଡ଼େନି
ତାରି ଭିତରେ ବଦଳିଯାଏ କେତେ କ’ଣ
ନୂଆ ମିଶାଣ, ନୂଆ ଫେଡ଼ାଣ
ଚିହ୍ନା – ଅଚିହ୍ନା, ଅଚିହ୍ନା – ଚିହ୍ନା
ଏପରିକି ନୂଆ ଖରାବର୍ଷା ଶୀତ କାକର
ସବୁ ଘଟଣା ଅଘଟଣ ଓ ଅଘଟଣ ଘଟଣା
ଗୋଚ୍ଛା ଗୋଚ୍ଛା ସ୍ବପ୍ନ ସମାହାର l

କଣ୍ଢେଇ ଧରି ଖେଳୁଥିବା ହାତ
ଘର ସମ୍ଭାଳେ
କର୍ତ୍ତବ୍ୟ ଆଉ ଦାୟିତ୍ୱର ଆଭାସ ସାଥିରେ
ଝୁଣ୍ଟୁଥିବା ଦୁଇ ପାଦ ଧୀରେଧୀରେ ଦଉଡ଼େ
ଏ ଅଚିହ୍ନା ଦୁନିଆଁ ବାଟରେ l
ଭୋକ ଆଉ ଭେକ
ନେଇଯାଆନ୍ତି ସଞ୍ଚିତ ସମୟ ସାଥେ
ଅର୍ଥ ଆଉ କିଛି ଦୁଃଖ ସୁଖ l
ଥକିଗଲେ ପାଦ ଆସେନାହିଁ ନିଦ
ଅକାରଣେ ମିଳେ ପୁଣି କେତେ ଅପବାଦ
ଶେଷରେ ବି ବାକିଥାଏ ଭୟ
ଦେହ ଜଳେ ମଶାଣି ଭୂଇଁରେ
ରହିଯାଏ ଖାଲି ପରିଚୟ l

ପଦ୍ମାଳୟା ସାମଲ

ପଦ୍ମାଳୟା ସାମଲ

ସୁପରିଚିତ କବି ଏବଂ ପ୍ରବନ୍ଧ ଲେଖିକା। ଅନେକ ପୁରସ୍କାର ରେ ସମ୍ବର୍ଦ୍ଧିତ।

Related Posts

ମୁସାଫେର
Literature

ମୁସାଫେର

by ପ୍ରଭୁକଲ୍ୟାଣ ମହାପାତ୍ର
July 8, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫ ଆମକୁ ଯିବାକୁ ହେବ ତ ଦିନେ ଅଫେରା ରାଜ୍ୟକୁ ଆଗ ପଛ ହୋଇ, ତଥାପି ମଣିଷ ବିକଳ କିଆଁ...

Read more
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୩)

ଶେଷ ବସନ୍ତର ଚିଠି (ଭାଗ ୩୩)

July 7, 2025
ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

July 5, 2025
ଅନୁରାଧା

ଅନୁରାଧା

July 2, 2025
ସାଗର

ସାଗର

July 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.