• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପରିଚୟ

ପରିଚୟ
Share on FacebookShare on Xshare on Whatsappshare on Linkedin
ପଦ୍ମାଳୟା ସାମଲ, ଭୁବନେଶ୍ୱର, ୭ ମାର୍ଚ ୨୦୨୩

ଘଡ଼ିକି ଘଡ଼ି ବଦଳୁଛି ସବୁକିଛି
ମିନିଟ କଣ୍ଟାଠୁ ଘଣ୍ଟାକଣ୍ଟା
ଦିନରୁ ରାତି, ବାରରୁ ସପ୍ତାହ
ସପ୍ତାହରୁ ମାସ, ମାସରୁ ବର୍ଷ
ସବୁକିଛି ବଦଳି ଯାଉଛି ଧୀରେଧୀରେ l
ଏଇ ବଦଳିବା ସାଥିରେ ବଦଳୁଛି
ମଣିଷର ଶରୀର, ମାନସିକତା
ଦୃଷ୍ଟିକୋଣ ଆଉ ଇଛା ସବୁ କିଛି l

ପ୍ରତିଦିନ କଟୁଥାଏ କିଛି କିଛି ଆୟୁଷ
ଅଥଚ ଜଣାପଡ଼େନି
ତାରି ଭିତରେ ବଦଳିଯାଏ କେତେ କ’ଣ
ନୂଆ ମିଶାଣ, ନୂଆ ଫେଡ଼ାଣ
ଚିହ୍ନା – ଅଚିହ୍ନା, ଅଚିହ୍ନା – ଚିହ୍ନା
ଏପରିକି ନୂଆ ଖରାବର୍ଷା ଶୀତ କାକର
ସବୁ ଘଟଣା ଅଘଟଣ ଓ ଅଘଟଣ ଘଟଣା
ଗୋଚ୍ଛା ଗୋଚ୍ଛା ସ୍ବପ୍ନ ସମାହାର l

କଣ୍ଢେଇ ଧରି ଖେଳୁଥିବା ହାତ
ଘର ସମ୍ଭାଳେ
କର୍ତ୍ତବ୍ୟ ଆଉ ଦାୟିତ୍ୱର ଆଭାସ ସାଥିରେ
ଝୁଣ୍ଟୁଥିବା ଦୁଇ ପାଦ ଧୀରେଧୀରେ ଦଉଡ଼େ
ଏ ଅଚିହ୍ନା ଦୁନିଆଁ ବାଟରେ l
ଭୋକ ଆଉ ଭେକ
ନେଇଯାଆନ୍ତି ସଞ୍ଚିତ ସମୟ ସାଥେ
ଅର୍ଥ ଆଉ କିଛି ଦୁଃଖ ସୁଖ l
ଥକିଗଲେ ପାଦ ଆସେନାହିଁ ନିଦ
ଅକାରଣେ ମିଳେ ପୁଣି କେତେ ଅପବାଦ
ଶେଷରେ ବି ବାକିଥାଏ ଭୟ
ଦେହ ଜଳେ ମଶାଣି ଭୂଇଁରେ
ରହିଯାଏ ଖାଲି ପରିଚୟ l

ପଦ୍ମାଳୟା ସାମଲ

ପଦ୍ମାଳୟା ସାମଲ

ସୁପରିଚିତ କବି ଏବଂ ପ୍ରବନ୍ଧ ଲେଖିକା। ଅନେକ ପୁରସ୍କାର ରେ ସମ୍ବର୍ଦ୍ଧିତ।

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.