ଭକ୍ତ ଚରଣ ସାହୁ, ଯାଜପୁର, ୧୬ ନଭେମ୍ବର ୨୦୨୨
।।୧।।
ବାଲିଯାତ୍ରା ଭାରି ଭିଡ଼
ଥିରି ଥିରି
ଚାଲ ହାତ ଧରି..
ଖସିଗଲେ
ପଡିଯିବ ହାବୁଡ଼େ କାହାର
ଦେଖୁ ଦେଖୁ
ପକାଇବେ ସାରି….।
।।୨।।
ମୁଖ୍ୟଦ୍ୱାର
ଗହଳି ଭିତରେ
ଦେହୁ ଦେହ
ବାଜି ଯାଏ ଖାଲି..
ଆଃ.. ଉହୁଃ..
ଶବଦରେ କିମିଆଁ ଭରିଛି
ହାଲକା ପରଶ
ଅଛି ବୋଲି….।।
।।୩।।
ଖିଆପିଆ/ଦିଆନିଆ
ଚପାଚପି/ଠେସାଠେସି ମଧ୍ୟେ
କେଡେ ମିଠା
ମଧୁ ଗୁଞ୍ଜରଣ..
ବାଲିଯାତ୍ରା ଭାରି ଭିଡ଼ ଆଜି
ହୋଇପାର
ତମେ ତା’ କାରଣ….।।