ଜୟଶ୍ରୀ ଦାସ, ବାଲେଶ୍ଵର, ୪ ମାର୍ଚ୍ଚ ୨୦୨୩
ଶ୍ରଦ୍ଧା ଦେଇଥାଏ ଜ୍ଞାନ ଏ ଜଗତେ
ଵିନୟ ଦିଅଇ ମାନ
ଯୋଗ୍ଯତା ବଳରେ ସଵୁଠାରେ ପରା
ମିଳେ ଉପଯୁକ୍ତ ସ୍ଥାନ ।
ଶରଧା ବିନୟ ଯୋଗ୍ଯତା ସଂସାରେ
ଏକତ୍ର ହୁଏ ଯେଉଁଠି
ବ୍ଯକ୍ତି ଠାରେ ସବୁ ଜ୍ଞାନ, ମାନ, ଧନ
ସମ୍ଭବି ଥାଏ ସେଇଠି ।
ଜନମ କାଳରୁ ଜୁଇଗାଡ ଯାଏ
ଜଞ୍ଜାଳ ଜାଲ ଘେରଇ
ଆଵେଗ ଉଦ୍ ଵେଗ ପରିହାର କଲେ
ଅବଶ୍ୟ ଶାନ୍ତି ମିଳଇ ।
ଯୋଗ ସାଧନରେ ସୁଯୋଗ ଵଢଇ
ଯୋଗାଯୋଗ ତହୁଁ ବଡ
ସହଯୋଗ ବିନା ଜୀବନ ଅସାର
ସଵୁ ନିସ୍ତେଜ ଓ ଜଡ ।
ଜଳଭାରେ ମେଘ ଫଳଭାରେ ବୃକ୍ଷ
ଗୁଣଭାରେ ଗୁଣୀ ଜନେ
ପର ଉପକାରେ ଲାଗିଥାନ୍ତି ସଦା
ସ୍ବାର୍ଥ ଵିରହିତ ମନେ ।
ଏମାନେ ଏମନ୍ତେ ସୂଚାନ୍ତି ଆମକୁ
ଶିଖିଵା ଭଉଣୀ ଭାଇ
ଏତକ ସାଧିଲେ ଏ ମର-ମରତେ
ରହିବା ଅମର ହେଇ ।