• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରଜ ପରବ

ରଜ ପରବ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୧୫ ଜୁନ୍ ୨୦୨୩

ପହିଲି ଆଷାଢ଼
ମଉସୁମୀ ଆସି
କହିଯାଏ କାନେ ହରଷେ ।
ଆଜି ସଜବାଜ
କାଲି ହେବ ରଜ
ଯାଇଥିଲା ବିତି ବରଷେ ।।
କିଶୋରୀ, ମୁଣ୍ଡରେ ରିବନ ବାନ୍ଧିବେ ।
ଘରେ ଘରେ ପରା
ମାଉଁସ ତିଅଣ
ଯତନରେ ମାଆ ରାନ୍ଧିବେ ।।

ଆଜି ରାତି ସାରା
ଆକାଶୁ ବରଷା
ଟୋପା ଟୋପା ହୋଇ ଗଡୁଛି ।
ପହିଲି ରଜରେ
କାଉଁଳିଆ ପାଗ
ହେବ ବୋଲି ଜଣା ପଡୁଛି ।।
ଟାଣ ଖରା ଯିବ ଦୂରେଇ ।
କାହିଁ କେତେ ଆଡେ
ବୁଲିବାରେ ଆମେ
ବାଇକ ଚକାକୁ ଘୁରେଇ ।।

ଗାଆଁ ପିଲା ସବୁ
ଏକାଠି ହୋଇବେ
ଲଟେଇରେ ସୂତା ଗୁଡେଇ ।
କେଡେ ଆନନ୍ଦରେ
ପଡିଆ ମଝିରେ
ଗୁଡିଟାକୁ ଦେବେ ଉଡେଇ ।।
ଉଡିଯିବ ଗୁଡି ଗଗନ ।
ରଜ ତିନି ଦିନ
ପାଳିବେ ପିଲାଏ
ଆନନ୍ଦରେ ହୋଇ ମଗନ ।।

ଗାଆଁ କୁଆଁରୀଏ
ମାଆ ହାତ ରନ୍ଧା
ଖୁସି ମନେ ସବୁ ଖାଇକି ।
ପୋଷାକ ନୂଆକୁ
ପାଦରେ ଅଳତା
ନାଇ ବୁଲିଯିବେ ସାହିକି ।।
ସାରା ଦିନ ହସି ହସିକି ।
ସମୟ ପାଇଲେ
ମିଳିମିଶି ସବୁ
ଖେଳିବେରେ ଲୁଡୁ ବସିକି ।।

କେତେ ରକମର
ଦୋଳି ଲାଗିବରେ
ଘୁରୁଥିବ ସାଇଁ ସାଇଁରେ ।
ଖେଳିବାକୁ ଇଛା
ହେବ ବୋଲି ପିଲେ
ସିଆଡକୁ ଯିବେ ଧାଇଁରେ ।।
ବାଗୁଡି ଖେଳେକେ ମାତିବେ ।
ଆଉ କିଏ ପୁଣି
ବୋହୁଚୋରି ଖେଳି
ତାତିବେ କେ’ ମଥା ପାତିବେ ।।

ଗାଆଁର ବୟସ୍କ
ଖାଇପିଇ ଦେଇ
ଘରୁ ଯିବେ ଚାଲି ଚାଲିକି ।
ତୋଟା ପଡ଼ିଆରେ
ସକାଳ ଠୁଁ ସଞ୍ଜ
ଖେଳିବେ ତାଆସ ପାଲିକି ।।
କାମ ନାହିଁ କିଛି ଯେହେତୁ ।
ରଜ ତିନି ଦିନ
ଖେଳିବେ ସେମାନେ
ମନଟାକୁ ଦେଇ ସେହେତୁ ।।

ସଂସ୍କୃତିର ବାର୍ତ୍ତା-
ବହ ବୋଲି ଆମେ
ଜାଣିଛେରେ ରଜ ପରବ ।
ତେଣୁ ସବୁ ଆସ
ପାଳିବା ଏ ରଜ
ମନରେ ଭରିକି ଗରବ ।।
ଲୟ ରଖି ବିଭୁ ପାଦରେ ।
ହିଂସା ଈର୍ଷା ଠାରୁ
ଦୂରେଇ ରହିଲେ
ଭୋଗିବାନି ଅବସାଦରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.