• About
  • Contact
Wednesday, July 29, 2026
Wednesday, July 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରଙ୍ଗ

ରଙ୍ଗ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟିକଟା, କଟକ, ୧୫ ମାର୍ଚ୍ଚ ୨୦୨୫

ରଙ୍ଗ ଯେବେ ନିଜେ ରଙ୍ଗୀନ ହୁଏ
ଛୁଇଁ ଯାଏ ଏମିତି
ମନ, ପ୍ରାଣ, ହୃଦୟ…..

ରଙ୍ଗ ଯେତେବେଳେ ……
ଆସର ଜମାଏ
ଲାଖି ଯାଏ ଆଖି
କେବେ କୋଳାହଳରେ ତ’ ……
କେବେ କାରୁକାର୍ଯ୍ୟର ପଟୁଆରେ

ରଙ୍ଗର ସଂଜ୍ଞାରେ
ସମ୍ପର୍କର ରଙ୍ଗ
ମୋ କଳାଦିଅଁ ଠାରେ
ସମାହିତ ଦୁନିଆର ସବୁରଙ୍ଗ
ଅନ୍ତରରୁ ଅନ୍ତରୀକ୍ଷ ଯାଏ…….

ଏଠି ଋତୁ ସବୁ ରଙ୍ଗୀନ
କେବେ ଇନ୍ଦ୍ରଧନୁରେ …..
କୁଆଁତାର ରୋଷଣୀରେ
ପାହାନ୍ତି ଜହ୍ନରେ
ସକାଳର କପାଳରେ
ଆଉ କେବେ,
ଗୋଧୂଳିର ଗହଳିଆ ଦେହରେ

ପଦ୍ମ ପୋଖରୀରୁ,
କଇଁର କଅଁଳିଆ ମନ ଯାଏ
ଖେଳେଇ ହୋଇ ପଡିଥିବା
ରଙ୍ଗର ହାଟ ଏଠି…….

ପଳାଶର ଗାଲରେ ଗୋଲାପିର ରଙ୍ଗ
ପ୍ରେମର ଦାଗ
କୃଷ୍ଣଚୂଡା ଓଠରେ
ଫଗୁଣର ହୃଦୟରୁ
ମୟୂରପୁଛ ଯାଏ
ସବୁ ମୂହୁର୍ତ୍ତରେ
ରଙ୍ଗ ନିଜେ ହୁଏ ରଙ୍ଗୀନ ।

ରଙ୍ଗର ଏନ୍ତୁଡିଶାଳ ତ
ଏଇଠି ମାଟିରୁ ମନ୍ଦିର ଯାଏ
ବିଛାଇ ହୋଇ ହୋଇ
ରଙ୍ଗ ଆଜି ନିଜେବି ରଙ୍ଗୀନ ।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.