• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରାତାରାତି କୋଟିପତି

ମଧୁପାର୍ବଣ ସପ୍ତମ ଚରଣେ (ମା’ କାଳରାତ୍ରି)
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୮ ମାର୍ଚ୍ଚ ୨୦୨୩

ରାତାରାତି ଧନୀ, କୋଟିପତି, ମାନି
ହେବାକୁ ମନଟି ଚାହେଁ,
ନାହିଁ ପରିଶ୍ରମ, ନାହିଁ କାମ ଧାମ
ଅଳସୁଆ ଘରେ କିଏ ll
ଦିବା ସପନରେ, ନିତିଦିନ ଘୁରେ
ବିରାମ, ବିଶ୍ରାନ୍ତି ନାହିଁ,
ମନ ଆକାଶରେ, ବିଚରଣ କରେ
ସୀମା ସରହଦ ଡେଇଁ ll
ଭୋଗ ବିଳାସରେ, ବଞ୍ଚିବଟି ଘରେ
ଭୋଗ ଭାଗ୍ୟ, ଶିରୀ ଘେନି,
ଲୋଡ଼ଇ କ୍ଷମତା, ଖୋଜି ଭିନ୍ନ ପନ୍ଥା
ନିତି ହରବର ପୁଣି ll
ହୁଏ ବାଟ ହୁଡ଼ା, ପଥଟି ଅମଡ଼ା
ଅବାଟେ ବାଟୋଇ କିଏ,
ଅକର୍ମ, କୁକର୍ମ, ଛାଡ଼ି ନୀତି ଧର୍ମ
ମାଡ଼ିବାକୁ ମନ ଚାହେଁ ll
କରଇ ଦୁର୍ନୀତି, କରଇ ଅନୀତି
କଳା ଧଳା, ଧଳା କଳା,
କେତେ ସତ ମିଛ, ମିଛ ହୁଏ ସତ
କାମ ଚତୁରୀର କଳା ll
ଝୀଂଟିକାକୁ ମାରି, ବଣି ପୋଷା କରି
ଦେଖାଏ ଚାତୁରୀ କିଏ,
ଆପଣା ସୁଖଟି, ଆପଣା ସ୍ୱାର୍ଥଟି
କୁଟିଳ ମନଟି ଚାହେଁ ll
ନଥି ପତ୍ର ଲେଖା, ଗୁଣା ଗୁଣି ଯୋଖା
ମିଥ୍ୟା ପ୍ରମାଣଟି ଘେନା
କେତେ ଯେ ଦଲାଲି, ହାତଗୁଞ୍ଜା ଢ଼ାଳି
ବାସ୍ତବକୁ କରି ମନା ll
ନେଇ ଆଣି ଥୋଇ, ପରିବାର ହୋଇ
ଭଦ୍ର ମଣିଷଟି କେହି,
ସଭା ସମିତିରେ, ଭାଷଣ ବାଜିରେ
ନିରୀହ ମନକୁ ମୋହି ll
ସବୁଥିରେ ପଶେ, ଅଯଥାରେ ଭାଷେ
ମହା ଜ୍ଞାନୀ ପରି କୁହେ,
କାହାକୁ ଡରାଏ, କାହାକୁ ଥରାଏ
କାହା ଗୋଡ଼ ଧରୁ ଥାଏ ll
ଶେଉଳ ଖାଇବେ, କେରାଣ୍ଡି ବାଣ୍ଟିବେ
ଦାତା ବୋଲି କହୁ ଥିବେ,
ପ୍ରଗତି ପଥରେ, ବାଧକଟି ବାରେ
ଲନ୍ଦିଫନ୍ଦି କେବେ କେବେ ll
କୁମ୍ଭୀର କାନ୍ଦଣା, କେତେ ଯେ ବାହୁନା
ଛଳନା ନାଟକ ବେଶି,
ସବୁ କରିଦବ, ସବୁ ବାହି ନେବ
କଥା ନଥା ସବୁ ଘୋଷି ll
କେତେ ହଟାପାଟି, ମୁଣ୍ଡ ଫଟାଫଟି
ସନ୍ଦେହ, ସନ୍ଦେଶ କଥା,
ଭଲଟି ଖରାପ, ଦୋଷକୁ ଆରୋପ
ସମାଜରେ ମୁଣ୍ଡ ପୋତା ll
ଇଜ୍ଜତ ପସରା, ବିକା ଭଙ୍ଗା ପରା
ଘନ ଅନ୍ଧକାର କାମ,
ପାହିଲେ ରଜନୀ, ହୋଇ ଭଦ୍ର, ମାନି
ଆକ୍ଷେପ, ଆରୋପ ଶ୍ରମ ll
ବଡ଼ ଗଛ ଛାଇ, ଉଧାଇବା ପାଇଁ
ସାନକୁ ସୁଯୋଗ ନାହିଁ,
ସାନଟି ଜଳକା, କରି କୃପା ଭିକ୍ଷା
ବୃଥାଟାରେ ହୁଏ ବାଇ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.