ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୯ ଜୁଲାଇ ୨୦୨୩
ସଖା ସୁଦାମ ମୁଁ ନୁହେଁ ମହାପ୍ରଭୁ
ଦରିଦ୍ରତା ମୋତେ ଦେବ
ଅଭାବ ଭିତରେ ଭକ୍ତି ଭାବ ମୋର
ତୁମେ ପରୀକ୍ଷା କରିବ.
ମୁଁ ନୁହଁଇ ପ୍ରଭୁ ବିଜ୍ଞାନୀ କୈବର୍ତ୍ତ
ସମର୍ପଣ ପରଖିବ
ମୁଁ ନୁହଁଇ ବଳି ରାଜା ଯେ ମୋହର
ଦାନଶୀଳତା ଦେଖିବ.
ମୁଁ ନୁହେଁ ପ୍ରହ୍ଲାଦ ପ୍ରଭୁ ନରସିଂହ
ଦୃଢ଼ ମୁଁ ଭକ୍ତିରେ ହେବି
ମୁଁ ନୁହଁଇ ନାଥ ରଘୁ ଅରକ୍ଷିତ
ଭକ୍ତିର ପରୀକ୍ଷା ଦେବି.
ମୋତେ ତୁମେ ପ୍ରଭୁ କରିଛ ସଂସାରୀ
ମାୟା ରେ ବାନ୍ଧି ହୋଇଛି
ତୁମେ ଦେଇଥିବା ସଂସାର କରମ
ଯଥା ଶକ୍ତି କରୁଅଛି.
ସିଏବି ତୁମର ଦାନ ମହାପ୍ରଭୁ
ଯାହା ମୁହିଁ ହୋଇଅଛି
ବାରମ୍ବାର ମୋତେ ମଣିଷ କରହେ
ନିବେଦନ କରୁଅଛି.