ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଡିସେମ୍ବର ୨୦୨୨
ସମାଜେ ଶିଶୁଟି ଦେବ ଶିଶୁ ଅଟେ
ଗଢିବା ତାହାକୁ ନିଷ୍ଠାପରେ,
ମାନବ ଚେତନା ସଂସ୍କାର ଶିଖିଲେ
ସୁମଣିଷ ହେବ ସେ ସଂସାରେ.
ନିଜ ପରିବାରେ ଆଉ ଏ ସଂସାରେ
ଶିଶୁ ଶୁଆ ପରି ଶିଖି ନିଏ
ଯାହା ସେ ଦେଖିବ ଯାହା ସେ ଜାଣିବ
ଚୁମ୍ବକ ଭଳି ସେ ଟାଣି ନିଏ.
ତେଣୁ ଏ ସଂସାର ଅଧିବାସୀ ମାନେ
ସଂଯମ ଆଚାର କରିଲେ ଧେୟ
ପାଶେ ଥିବା ଶିଶୁ ଅନୁସରି ତାହା
ରଖିବ ସେ ସଦା ଆଦର୍ଶେ ଲୟ.
ଶିଶୁ ଆଦର୍ଶ ରେ ଗଢି ହୋଇଗଲେ
ରାମ ରାଜ୍ୟ ହେବ ଏହି ସଂସାର
ଅନୀତି ଦୁର୍ନୀତି ଲୋପ ପାଇଯିବ
ସଂସାର ହୋଇବ ସ୍ନେହ ପ୍ରେମର.