ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୪
ସମୟ ବଦଳି ଯାଇଚି
ନମସ୍କାର ଯିଏ କାଲି ମାରୁଥିଲା
ଆଜି ସିଏ ତାହା ଖୋଜୁଚି || ୧ ||
ଦେଶକୁ ଛଅସ୍ତୋରୀ ହୋଇଚି
ତଥାପି ଚାଉଳ, ଆବାସ ପାଇଁକି
ଆଜି ବି ଆବାଜ ଉଠୁଚି || ୨ ||
ରାଜାଙ୍କ ଶାସନ ଲିଭିଚି
ମନ୍ତ୍ରୀମାନଙ୍କ ରାଜୁତିରେ ଏବେ
ଅମଲା ଆଲୁଅ ଜଳୁଚି || ୩ ||
ଓଡ଼ିଶା ପ୍ରଗତି କରିଚି
ଆମ ଲୋକ ସବୁ କାମଧନ୍ଦା ପାଇଁ
ବାହାର ରାଜ୍ୟକୁ ଧାଉଁଚି || ୪ ||
ଚାଷୀ ରୋଜଗାର ବଢ଼ିଚି
ଝିଅ ବାହାଘର ପାଇଁ ପରା ସିଏ
ବାସନ କୁସନ ବିକୁଚି || ୫ ||
ମହିଳା ସଶକ୍ତ ହୋଇଚି
ଏସ୍. ଏଚ. ଜି. ଦରବ ବିକ୍ରୀ ନକରି
ସିଏ ସର୍କାରୀ ଅର୍ଥକୁ ଚାହିଁଚି || ୬ ||
ବ୍ୟବସ୍ଥା ବିଗିଡ଼ି ଯାଇଚି
ଖଟିଖିଆ ନେତା, ଅମଲା ହାତକୁ
ଭୋଟର ମୁନିବ ଚାହିଁଚି || ୭ ||
ଅଜବ ଶାସନ ଚାଲିଚି
ସର୍କାରୀ ଅର୍ଥରେ ଭୋଟ କିଣିବା
ଦଳଙ୍କ ସଉକ ହୋଇଚି || ୮ ||