• About
  • Contact
Wednesday, November 19, 2025
Wednesday, November 19, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସମୟ ବଦଳି ଯାଇଚି

ସମୟ ବଦଳି ଯାଇଚି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଜୁଲାଇ ୨୦୨୪

ସମୟ ବଦଳି ଯାଇଚି
ବିଗତ ଦିନର କ୍ଷମତାସୀନ ଦଳ
ଏବେ ବିରୋଧୀ ଆସନେ ବସିଚି,
କାଲି ଯିଏ ଥିଲା ବିରୋଧୀ ପକ୍ଷରେ
ଆଜି ସେ ଶାସନର ଡ଼ୋରି ଧରିଚି ।। ୧ ।।

ସର୍କାର ବଦଳି ଯାଇଚି
ଚବିଶ ବର୍ଷର ମୁଖ୍ୟମନ୍ତ୍ରୀ ଏବେ
ମୁଖ୍ୟ ବିରୋଧୀଦଳ ନେତା ସାଜିଚି,
ବିରୋଧୀ ଦଳର ପୂର୍ବ ସଚେତକ
ଆଜି ରାଜ୍ୟ ଶାସନ ମୁଖିଆ ହୋଇଚି ।। ୨ ।।

ଶାସନ ବଦଳି ଯାଇଚି
ଶିରିମନ୍ଦିରର ଚାରୋଟି ଦୁଆର
ଭକ୍ତମାନଙ୍କ ପାଇଁ ଖୋଲି ଯାଇଚି,
‘ମୋ ସର୍କାର’ ର ବିଲୁପ୍ତି ଘଟାଇ
ଏଣେ ‘ଲୋକଙ୍କ ସର୍କାର’ ଚାଲିଚି ।। ୩ ।।

ଯୋଜନା ବଦଳି ଯାଇଚି
‘ଓଡ଼ିଶା କନକ୍ଳେଭ’ ଲିଭି ଯାଇ ଏବେ
‘ଉତ୍କଳ ଇନଭେଷ୍ଟ ସମିଟ୍’ ବନିଚି,
‘ମିଶନ ଶକ୍ତି’ ଥାନରେ ଏଣିକି
ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆସୁଚି ।। ୪ ।।

ବ୍ୟବସ୍ଥା ବଦଳି ଯାଇଚି
ଗୁହାରି ବଢ଼ିବା ପାଇଁ ଲୋକ ଆଜି
ରାଜ୍ୟ ମୁଖିଆକୁ ଭେଟି ପାରୁଚି,
ବିଗତ ଦିନର ଓଗାଳିବା ପ୍ରଥା
ଏବେ ମୂଲ୍ୟହୀନ ହୋଇ ପଡ଼ିଚି ।। ୫ ।।

ମନଟା ଅବୁଝା ହେଉଚି
ବିରୋଧୀ ଦଳଟା ଜାଣି ପାରୁନାହିଁ
କେମିତି କ୍ଷମତା ଓହ୍ଲାଇ ଯାଇଚି,
ଶାସକ ଦଳକୁ ଅବୁଝା ହେଉଚି
ତାଙ୍କ ସର୍କାର କେମିତି ଆସିଚି ।। ୬ ।।

ଭୋଟର ମୁରୁକି ହସୁଚି
ଶାସକ ଦଳର ବିରୋଧୀ ଭୂମିକା
ତାଙ୍କ ବକ୍ତବ୍ୟରୁ ବାରି ହେଉଚି,
ବିରୋଧୀ ଦଳର ଶାସକ ଅଭ୍ୟାସ
ତା’ର ମଉନ ମୁଦ୍ରାରୁ ଦିଶୁଚି ।। ୭ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚାଷୀ
Literature

ଚାଷୀ

by ପ୍ରଭୁକଲ୍ୟାଣ ମହାପାତ୍ର
November 18, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫ ଚାଷୀକୁ କହୁଛୁ ଅନ୍ନଦାତା ଆମେ କୃଷିକୁ ବୋଲାଉ ମୁଖ୍ୟ ବେଉସା, ଧାନ ଛଡା ସବୁ ଖାଦ୍ୟ ଶସ୍ୟ ପାଇଁ...

Read more
ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି (ଭାଗ ୫୦)

ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି (ଭାଗ ୫୦)

November 17, 2025
Address

Address

November 15, 2025
କିଛି କଥା

କିଛି କଥା

November 11, 2025
ଗାନ୍ଧୀ ସ୍ମୃତି

ଗାନ୍ଧୀ ସ୍ମୃତି

November 6, 2025
ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

November 4, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.