ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୮ ଜାନୁଆରୀ ୨୦୨୩
ସମ୍ମାନ ପାଇବା ଯୋଗ୍ୟ ଯିଏ ତାକୁ
ସମ୍ମାନ ଦେବାଟା ଉଚିତ ସିନା
ସମ୍ମାନ ଦେବାଟା ପବିତ୍ର କରମ
ବଞ୍ଚିବାଟା ହୀନ ସମ୍ମାନ ବିନା.
ଏ ଧରା ପୃଷ୍ଠରେ ସମ୍ମାନନୀୟ ଲୋକ
ଖୋଜି ପାଇଯିବା ନୁହେଁ ସହଜ
ନିଜ ଗୁଣେ ନିଜେ ସମ୍ମାନନୀୟ ହେଲେ
ଆନଠୁ ସମ୍ମାନ ଆସଇ ହେଜ.
ତୁମ ସୁଗୁଣ କୁ ଚିହ୍ନି ଅଛି ଯିଏ
ତୁମର ସେ ଅଟେ ସୁଗୁଣଗ୍ରାହୀ
ସେହି ଲୋକସାଥେ ବନ୍ଧୁତା କରିବ
ଭବିଷ୍ୟତେ କେବେ ଶୋଚନା ନାହିଁ.
ଯେଉଁ ଲୋକ ପ୍ରତି ସମ୍ମାନ ରହିଛି
ସେ ଯଦି ତୁମକୁ ବୁଝିଲା ନାହିଁ
ଥରେ ଦୁଇଥର ଛାଡ଼ି ଦେଇ ହେବ
କି ଲାଭ ତାହାକୁ ସମ୍ମାନ ଦେଇ.
ନିଜ ଗୁଣଟାକୁ ବିବେକ ରେ ମାଜି
ସୁଦ୍ଧ ରଖିବାଟା ମଣିଷ ପଣ
ଯେଉଁ ଜନ ତୁମ ଗୁଣ କୁ ଚିହ୍ନୁଛି
ତାହା ପ୍ରତି ରହୁ ତୁମ ସମ୍ମାନ.