ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୬ ଅଗଷ୍ଟ ୨୦୨୩
ସାତ ସାଗରର ଶୋଷ ମୋ ମନରେ
ସାତ ସପନର ତନ୍ଦ୍ରା ମୋ ମନେ
ମୁଁ ଏକ ଶ୍ରାବଣୀ ନଈ ।୧।
ଶ୍ରାବଣ ଆସିଲେ
ଆକୁଳ ଆବେଗେ
ଆକାଶକୁ ରହେ ଚାହିଁ ।୨।
ଢେଉ ପରେ ଢେଉ
ମୋ ଦେହକୁ ଯାଏ ଛୁଇଁ
ଚୋରା ବାଲି ତଳେ
ଅନାଇ ରହେ ମୁଁ
ମୁଗ୍ଧ ଶାମୁକା ହୋଇ
ଅସରା ଲୁହର ଧାରା ଝରି ଆସେ
ଆଷାଢ଼ ଆକାଶ ଛୁଇଁ
ମୋ ଆକାଶେ ଆଜି ଏତେ ଅନ୍ଧାର
ସଂଜ ଆସୁଛି ନଇଁ ।୩।