ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଅପ୍ରେଲ ୨୦୨୩
ଶତାବ୍ଦୀ ର ସୂର୍ଯ୍ୟ ହେ ମଧୁସୂଦନ
ପ୍ରଣାମ କରୁଛି ବାରମ୍ବାର
ତୁମେ ଏ ଜାତିର ଅସ୍ମିତା ପୁରୁଷ
ସୂତ୍ରଧର ସ୍ୱାଭିମାନର.
ତୁମେ କହୁଥିଲ ଏ ଜାତି କାନରେ
ତା’ର ଇତିହାସ ଗାଥା
ବୀରତ୍ୱ ଉଦ୍ରେକ କରୁଥିଲ ତୁମେ
ଗାଇ ଜାତି ପ୍ରେମ କଥା.
ଉତ୍କଳ ମାଟିର ଗୌରବ କାହାଣୀ
ସ୍ମରଣରେ ରଖି ସଦା
କରୁଥିଲ କାର୍ଯ୍ୟ ଆହେ କୂଳଦୁଦ୍ଧ
ଲଙ୍ଘିଣ ସମସ୍ତ ବାଧା.
ଜାତି ସ୍ୱାଭିମାନ ରକ୍ଷା କରିବାଟା
ଥିଲା ଜୀବନର ବ୍ରତ
ଶୟନେ ଜାଗ୍ରତେ ସବୁ ସମୟରେ
ଚିନ୍ତା ଥିଲା ଜାତି ହିତ.
ଜନ୍ମ ଦିନାଙ୍କରେ ବାଢେ ଶ୍ରଦ୍ଧାଞ୍ଜଳୀ
ଘେନା ହେଉ ଘେନା ହେଉ
ତୁମ ଚଲାପଥେ ଚାଲିବା ପାଇଁକି
ମୋ ସାହସ ବଢିଯାଉ.