ସସ୍ମିତା ପଣ୍ଡା, କଟକ, ୫ ମାର୍ଚ୍ଚ ୨୦୨୩
ବୀର ପ୍ରସବିନୀ ଉତ୍କଳ ମାଟି
ଷଠି ଘର ଝୋଟି ଆଙ୍କି ଥିଲା
ସେଦିନ ……………..
ଫୁଟିଥିଲା ପାରିଜାତ
ଆକାଶରୁ ମହାକାଶ ବ୍ୟାପୀ
ଓଡ଼ିଶାର ସୂକ୍ଷ୍ମ କାରିଗରୀ
କଳା କୌଶଳରେ ।
ଏଇ ମାଟି କପାଳରେ
ଆଙ୍କା ହୋଇଥିଲା
ଆଜୀବନ ଜନ ପ୍ରତିନିଧିଙ୍କ
ସ୍ୱତନ୍ତ୍ର ପରିଚୟ ।
ଅତୀତରୁ ବର୍ତ୍ତମାନ ଆଉ
ଭବିଷ୍ୟତ ଯାଏ
ଆଧୁନିକ ଖାରବେଳଙ୍କ
ଅପ୍ରତିଦ୍ବନ୍ଦି ସ୍ୱାକ୍ଷର
ସ୍ପଷ୍ଟ ପ୍ରମାଣ ସହିତ ।।
ମାଟିରୁ ମହାକାଶ ଛୁଇଁବାର
ଅଦମ୍ୟ ସାହସ
କଳିଙ୍ଗ ବୀର ସାଜି ।
ବାଟ ଭାଙ୍ଗି ନୂଆ ବାଟ
ତିଆରି କରିବା ଅର୍ଥରେ
ଝଡ଼ର ଈଗଲ ।।
କ୍ଷମତା ରହିଥାଉ
କି ନଥାଉ
ଫରକ ପଡିନି ତ କେବେ
ପରଖି ନେଇଛି ସମୟ
ଅଖଣ୍ଡ ପ୍ରଭାବ ।
ମନ ପ୍ରାଣ ହୃଦୟରେ
ଷୋହଳଅଣା “ଓଡ଼ିଆ” ।
ସ୍ୱପ୍ନ ଖୁବ୍ ସ୍ପଷ୍ଟ
ସ୍ପର୍ଶ କରିଥିବା
ଦୁଃସାହସୀ ସଫଳ ଉଦ୍ୟୋଗୀକୁ
ଆନ୍ତର୍ଜାତୀୟ ପରିଚୟ ଦେଇ ।।
ବଞ୍ଚିବା ଶିଖିଛି ଜୀବନକୁ
ଶିଖାଇଛି ଜୀଇବାକୁ
ଜୀବନ ଦେଇ
ଭୂମିପରେ ପାଲଟେ
ଭୂମିପୁତ୍ର ।
ତରୁଣ ଜୀବନର ମାଇଲଖୁଣ୍ଟ
ରେଭେନ୍ସାରୁ ପେଶଓ୍ବାର
ଜୟଯାତ୍ରା ।
ରାତି ନିଅଣ୍ଟ ସ୍ୱପ୍ନ ଅନେକ
ସଫଳତା କରୁଥାଏ
ପାଦ ବନ୍ଦନା
ଦୁର୍ଭେଦ୍ୟ ପାଚେରୀ ଭାଙ୍ଗି
ଜଣେ ଟ୍ରୁ ଲିଡ଼ର ସାକ୍ଷାତ ସମୃଦ୍ଧି ।
ମାଟି ପାଇଁ ମାଆ ପାଇଁ
ମାନବିକତାର ଅଧିକାର
ଏକା ଗଢ଼ି ପାରେ ଗଢ଼ଣ
ଶତାବ୍ଦୀର ସ୍ୱର ।
ଜଣେ ଶତାବ୍ଦୀ ପୁରୁଷ
ଜଣେ ଯୁଗଜନ୍ମା
ଓଡ଼ିଶାର ସଫଳ କାରୀଗର
ବିଶ୍ୱ ପ୍ରସାରୀ ଦୃଷ୍ଟି ସମ୍ପନ୍ନ
ବିଶ୍ୱ ବିଜୟୀ ବିଜୁବାବୁଙ୍କ
ସ୍ୱନକ୍ଷତ୍ରରେ
ହୃଦୟରୁ ଆଭୂମ ପ୍ରଣାମ ।।