ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ମାର୍ଚ୍ଚ ୨୦୨୩
ଏ ପୃଥିବୀ ସତ୍ୟ
ସୂର୍ଯ୍ୟ ଚନ୍ଦ୍ର ସତ୍ୟ
ଜଳ ବାୟୁ ବୃକ୍ଷ ସବୁ ସତ୍ୟ,
ସମୟ ଟା ସତ୍ୟ
ଗିରି ବନ ସତ୍ୟ
ଜନ୍ମ, ଦେହ, ମୃତ୍ୟୁ ଅଟେ ସତ୍ୟ.
ସତ୍ୟ ହେଲେ କଥା
ଦିଏ ସିନା ବ୍ୟଥା
ସତର କେବେହେଁ ନାହିଁ ବିନାଶ,
ସତ୍ୟ କୁ ଲୁଚାଇ
ମିଥ୍ୟା ଆଗେ ଥୋଇ
ଚାଲିବା ଲୋକଟି ହୁଏ ନିରାଶ.
ସତ୍ୟ ଅଟେ କର୍ମ
ସତ୍ୟ ଅଟେ ଧର୍ମ
ଛାଡିଦେଲେ ସତ୍ୟ ନାହିଁ ଅସ୍ତିତ୍ୱ.
ସତ୍ୟବାନ ଲୋକ
ପୂଜ୍ୟ ବିଶ୍ୱ ଯାକ
ସତ୍ୟରେ ପୂରିତ ତା ଚଲା ପଥ.
ସତ୍ୟ ର ବିଜୟ
ଏ ବିଶ୍ୱ ରେ ଥୟ
ସହଳେ ହେଉ କି ବିଳମ୍ବରେ,
ସତ୍ୟ ଟି ଆଧାର
ସତ୍ୟ ସୃଷ୍ଟିଧର
ଚାଲେ ଧର୍ମ ନାଵ ପରା ସତ୍ୟରେ.