ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୪
ସିଏତ ବୁଝେନା କେବେ ମୋ ମନର ଅନୁରାଗ
ସିଏତ ମାପେନା କେବେ ମୋ ହୃଦୟ ଅନୁଭବ ।
ନିଥର ନଈଟି ପରି ମୋ ପାଖରେ ଯାଏ ବହି
ମୋ ନିବିଡ଼ ମନ ତଳ ଅନ୍ଧାର ଛୁଇଁ ଛୁଇଁ।।
କରିନି ମୁଁ କେବେ ଦିନେ ତା ପାଖରେ ଅଭିଯୋଗ
ସିଏ ଏକ ବିଷାଦିନୀ ନଈର ଉଜାଣି ଝର
ଗୋପନରେ ମୋ ଚେତନା ଛୁଇଁଯାଏ ବାରବାର
କିପରି ମାପିବ ଅବା ମୋ ମନର ଅନୁଭବ।
ସିଏ ଏକ ଅପାସୋରା ସଙ୍ଗୀତ ମୂର୍ଚ୍ଛନା
ଦୂର ନୀଳ ସାଗରର କଂପିତ ଜଳକଣା।।
କେତେ କଥା କହିବାକୁ ଥିଲା ତାରେ
କିଛି କହି ପାରି ନାହିଁ।