ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ନଭେମ୍ବର ୨୦୨୩
ଶିଶୁ ଟି ନିଷ୍ପାପ ସରଳ ସୁନ୍ଦର
ଜୀବନ କୁ କରେ ମଧୁମୟ,
ତା’ର ହସ କାନ୍ଦ ଖୁସିର ଆଧାର
ବୟସ୍କଙ୍କ ପାଇଁଅଟେ ଧେୟ.
ବୟସ୍କଜନଙ୍କ ଜୀବନ ଟା ପରା
କର୍ମ ଜଞ୍ଜାଳ ରେ ପରିପୂର୍ଣ୍ଣ
ଶିଶୁର ଦରୋଟି କଥାର ଯାଦୁରେ
ଜଞ୍ଜାଳ ଭୁଲନ୍ତି ଗୁରୁଜନ.
ଶିଶୁର ମନଟି କଞ୍ଚା ମାଟି ପରି
ଗଢିହେବ ତାକୁ ଇଚ୍ଛାମତେ
ଗୁରୁଜନ ମାନେ ନିଜ ଆଚ୍ଚରଣେ
ଶିଶୁଙ୍କୁ ନାଶନ୍ତି ନିଜ ହାତେ.
ଶିଶୁ ଯଦି ରହେ ସୁସ୍ଥ ଦେହେ ମନେ
ଚେତନା ତାହାର ହେବ ସୁସ୍ଥ
ଭବିଷ୍ୟତେ ସିଏ ନାଗରିକ ହେଲେ
ଚିନ୍ତିବ ସେ ସଦା ଜାତି ହିତ.
ସର୍ବ ଗୁରୁଜନ ହୋଇ ଆଗଭର
ଶିଶୁ ମନେ ଦେବା ସୁ ଚେତନା
ତାଙ୍କ ହାତେ ଦିନେ ଜାତିର ଉନ୍ନତି
ଉଡ଼ାଇବ ସିଏ ଜୈତ୍ର ବାନା.