ଭକ୍ତ ଚରଣ ସାହୁ, ଯାଜପୁର,୨୫ ଅଗଷ୍ଟ ୨୦୨୨
ଆମେ ଭୁଲିଯାଇ ସବୁ ରାଗକୁ
ମୁଣ୍ଡେ ଭିଡି ସଫଳତା ପାଗକୁ ।
ଭଲ ମଣିଷଟେ
ହୋଇବା ପାଇଁକି
ଆସ ଧୀରେ ମାଡିଯିବା ଆଗକୁ ।।
ମାନି ବାପା-ବୋଉ ଙ୍କର କଥାକୁ
ନିୟନ୍ତ୍ରଣ କରି ନିଜ ସତ୍ତାକୁ ।
ଯେଉଁଠି ଦେଖିବା
ଗୁରୁ ଗୁରୁଜନ
ଟିକେ ନୁଆଇଁ ଦେବାରେ ମଥାକୁ ।।
ସାନ ପିଲାଙ୍କୁ ଆଦର କରିବା
ତାଙ୍କ ମନେ ସ୍ନେହ ଶ୍ରଦ୍ଧା ଭରିବା ।
ସୁସ୍ଥ ସବଳ
ରହିବା ପାଇଁକି
ଯୋଗ ପ୍ରାଣାୟମ ବାଟ ଧରିବା ।।
ମନ ସ୍ଥିର କରି ପାଠ ପଢିବା
ନିଜ ଭବିଷ୍ୟତ ନିଜେ ଗଢିବା ।
ବିଜ୍ଞାନ ଯୁଗରେ
ଏମିତି ପଢିବା
ଦିନେ ରକେଟରେ ଯାଇ ଚଢ଼ିବା ।।
ଆମେ ଖରାପ ଅଭ୍ୟାସ ଛାଡିବା
ନିଜ ହୃଦରୁ ଅଳିଆ କାଢ଼ିବା ।
ଛୋଟ ଅବା ବଡ଼
ସମସ୍ତଙ୍କ ପାଇଁ
ମନୁ ସେନେହ ମମତା ବାଢିବା ।।
ସଦା ସତ କଥା ଆମେ କହିବା
ମିଳିମିଶି ଆନନ୍ଦରେ ରହିବା ।
ଲକ୍ଷ ପଥରେ
ପହଁଚିବା ପାଇଁ
ଆସୁ ଯେତେ ଝଡ଼ ଝଞ୍ଜା ସହିବା ।।