ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୨ ଡିସେମ୍ବର ୨୦୨୩
ଶୀତରେ ଥରୁଛି
ତୋ ଗାଁ ସହର
ମୋ ଦେହ ହାତ ହେମାଳ,
ତୁମେ ପିନ୍ଧି ଅଛ
ଗରମ ପୋଷାକ
ମୁଁ ଘୋଡିହୁଏ କମ୍ବଳ ।
କେହି ବୁଲୁଥାଏ
ଫୁଙ୍ଗୁଳା ଦେହରେ
ଅଭାବି ସେ ହୋଇଥିବ,
ଶୀତ ନବୁଝିବ
ଭାବ କି ଅଭାବ
ସଭିଙ୍କୁ ସେ ଡରାଇବ ।
ପ୍ରକୋପ ବଢିଲେ
କାଠି କୁଟା ଜାଳି
ନିଆଁ ପୁଆଁ ଚାଲିଥାଏ,
ମେଳି ହୋଇ ବସି
ଚାଲେ ଗପ ଖୁସି
ଜୀବନ ସଉଦା ଇଏ ।
କବି ଲେଖୁଥିବ
ଶୀତର ସାୟେରି
ଗାୟକ ଗାଇବ ସ୍ବରେ,
ବାୟକ ବଜାଏ
ଶୀତ ଗୀତ ଛନ୍ଦେ
ଆସିଛି ସେ ଯିବ ଧିରେ ।
ଶୀତ ନ ଆସିଲେ
ବଉଳ ନ ଆସେ
କୋଉ ଆମ୍ବ ଗଛ ଡାଳେ,
କୋଇଲିର କୁହୁ
ମିଠା କଣ୍ଠ ସ୍ବର
ନଶୁଭେ ତରୁ ଗହଳେ ।
ପତ୍ର ଗହଳରେ
ଦୁବ ଘାଷ ପରେ
ତୁଷାର ପାତ ହୁଅଇ,
ସୂରୁଜ ଉଇଁଲେ
ମୁକ୍ତା ପ୍ରାୟ ଦିଶି
ଦୂରକୁ ସେ ଝଲସଇ ।
ଶୀତ ମିତ ନୁହେଁ
ଅଭାବି ଲୋକର
ପ୍ରଭାବୀର ବୋଲକରା,
ବସନ୍ତ ଆସିଲେ
ଶୀତ ଚାଲିଯାଏ
ସ୍ମୃତି ତାର ଅପାସୋରା ।