ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ମଇ ୨୦୨୫
ସ୍ୱାମୀ ଅନୁରାଗୀ ସ୍ୱାମୀ ଅନୁଗାମୀ
ଶ୍ରୀରାମ ମନୋହାରିଣୀ
ସ୍ୱାମୀଙ୍କର ପ୍ରାଣବଲ୍ଲଭା ଜାନକୀ
ଆଦର୍ଶେ ବିଶ୍ୱବରଣୀ.
ତୁମେ ବନ୍ଦନୀୟା ତୁମେ ମହନୀୟା
ତୁମ ଜୀବନୀ ପୁରାଣ
ତୁମ କର୍ମ ଗାଥା ତୁମ କୁହା କଥା
ସ୍ମରଣେ ଗାୟନେ ପୂଣ୍ୟ.
ନାରୀ ଧର୍ମ ରକ୍ଷାକରିବାରେ ମାତା
ତୁମେ ଶ୍ରେଷ୍ଠା ଜଗତରେ
ତୁମ ନାମ ଭାବ ଭକ୍ତିରେ ସ୍ମରଣେ
ପାପ ତାପ ସବୁ ହରେ.
ସନ୍ଥ ସାଧୁଙ୍କର ତୁମେ ପୂଜନୀୟା
ଆଦର୍ଶ ସୁଗୃହିଣୀର
ତୁମେ ଅଦ୍ଵିତୀୟା ମହିୟସୀ ନାରୀ
ବନ୍ଦିତା ସାରା ବିଶ୍ୱର.