ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ମଇ ୨୦୨୫
ସ୍ମୃତି !
ପ୍ରଥମ ଦେଖାର ତାହା ପହିଲି ପୀରତି
ପ୍ରଣୟ ତୃଷ୍ଣାର ଅନୁପମ ଅନୁଭୂତି
ଆଦ୍ୟ ଯୌବନେ ପୁଣି ମିଳନର ଭୀତି
ବିରହ ଦୁଃଖର ସିଏ ଶୋକଭରା ଗୀତି।।୧।।
ସ୍ମୃତି !
ମରମ ତଳର ତାହା ଅଭୁଲା ଚଇତି
ବିଜନ ବେଳାର ସିଏ ପ୍ରଣୟ ଆସକ୍ତି
ପୁରୁଣା ଦିନର ପୁଣି ସୁମଧୁର ଗୀତି
ଅବୁଝା କୋହର ପରା ବୁକୁଫଟା ତାତି।।୨।।