ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୩
ମୋ ମନ ମନ୍ଦିର ଦ୍ୱାରେ
କିଏ ସ୍ମୃତି ଦୀପ ଜାଳେ,
ପରାଣ ଗୋପନ ପୁରେ
ତା’ ସ୍ନେହର ଫଲଗୁ ବୋଳେ ।
ଭାବର ସାଗର ତୀରେ
ପ୍ରୀତିର ପବନ ଖେଳେ,
ମଦିରା ମହକ ତା’ର
ଗୋପନ ବେପଥୁ ତୋଳେ ।
ମଉନ ମରମ ତଳେ
ବେଦନାର ଧୂପ ଜାଳେ,
ତା’ ସ୍ମୃତିର ଫଗୁଣରେ
ଆଜି ମୁଁ ଅବିର ଖେଳେ ।