• About
  • Contact
Saturday, May 2, 2026
Saturday, May 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ନାନ ମଣ୍ଡପ ରେ ବିଜେ ଜଗନ୍ନାଥ

ସ୍ନାନ ମଣ୍ଡପ ରେ ବିଜେ ଜଗନ୍ନାଥ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ଜୁନ୍ ୨୦୨୩

ସ୍ନାନ ମଣ୍ଡପ ରେ ବିଜେ ଜଗନ୍ନାଥ
ଭାଇ ଭଗ୍ନୀ ସାଥେ ନେଇ
ଅପୂର୍ବ ରୂପରେ ଦିଅନ୍ତି ଦର୍ଶନ
ଭକତ ଙ୍କ ଶାନ୍ତି ପାଇଁ.
ମହା ବାହୁ ମେଲି ବସିଛନ୍ତି ପ୍ରଭୁ
ସବୁ ଦେଇଦେବା ପାଇଁ
ଭକ୍ତିର ଭାବରେ ଯେ ବାନ୍ଧେ ପ୍ରଭୁଙ୍କୁ
ସେ ସିନା ପ୍ରାପ୍ତ ହୁଅଇ.
ପୂର୍ଣ୍ଣ ବିଶ୍ୱାସରେ ପୂର୍ଣ୍ଣ ସମର୍ପଣେ
ପ୍ରଭୁ ହୋଇ ଥା’ନ୍ତି ବଶ
ଭକତର ସବୁ ନିଅନ୍ତି ମୁଣ୍ଡକୁ
କରନ୍ତି ତାକୁ ସନ୍ତୋଷ.
ଯେଉଁ ବାହୁ ପ୍ରଭୁ ବଢ଼ାଇ ସେ ଦିନ
ବଳି ଠାରୁ ନେଲେ ଦାନ
ସେହି ବାହୁ ରେ ଟେକି ଶିବ ଧନୁ ଟାକୁ
କରିଦେଇ ଥିଲେ ଭଗ୍ନେ.
ଗିରି ଗୋବର୍ଦ୍ଧନ ଟେକି ମହାବାହୁ
ରକ୍ଷାକଲେ ଗୋପପୁର
ଲକ୍ଷେ ବସ୍ତ୍ର ଦେଇ ସଖି ଦ୍ରୌପଦୀଙ୍କୁ
ରଖିଲେ ମାନ ତାଙ୍କର.
ସେହି ମହାବାହୁ ବଢ଼ାଇ ଶ୍ରୀପତି
ଦାସିଆ ଶ୍ରୀଫଳ ନେଲେ
ଶ୍ରୀଭୁଜ ସଭିଙ୍କୁ ଦିଅଇ ଅଭୟ
ପୂର୍ଣ୍ଣ ସମର୍ପିତ ହେଲେ.
ଭକ୍ତ କଳ୍ପଦ୍ରୁମ ଭକ୍ତ ଇଚ୍ଛା ପାଇଁ
ହେବେ ଆଜି ଗଜ ବେଶ
ଏ ବିଶ୍ୱ ସା’ନ୍ତ ପ୍ରଭୁ ଜଗନ୍ନାଥ
କ୍ଳେଶ କରିବେ ବିନାଶ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଫଳ କିଏ ଖାଏ
Literature

ଫଳ କିଏ ଖାଏ

by କବି ଗଦାଧର ସାହୁ
May 2, 2026

ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨ ମଇ ୨୦୨୬ କଙ୍କାଳ କହୁଛି କଳଙ୍କ କାହାଣୀ କିଏ ସେ ଶୁଣିବ କୁହ, ଆମରି ବ୍ଯବସ୍ଥା ଏତେ ଘୁଣଖିଆ ଭାବିଲେ...

Read more
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.