ଜୟଶ୍ରୀ ଦାସ, ବାଲେଶ୍ଵର, ୨୦ ମଇ ୨୦୨୩
ସୋରିଷ ଫୁଲର ସୁନା ଅଗଣାରେ
ଲହରୀ ଭାଙ୍ଗୁଛି ଶୀତ
ଗୋହିରୀ ଦାଣ୍ଡରେ ନିଆଁ ଜାଳି ଦେଇ
ସେକି ହେବା ଆସ ମିତ ।୦।
ଧାନ କାଟୁଛନ୍ତି ଗାଁ ଚାଷୀଭାଇ
ମନରେ ଆନନ୍ଦ ବହି
ଆକାଶେ ସୁରୁଜ ବୁଣି ଦେଉଛି ଲୋ
ଅଧାଖରା ଅଧା ଛାଇ
ଗାଁ ଛୁଇଁ ଛୁଇଁ ସୁବର୍ଣ୍ଣରେଖା ସେ
ସରାଗେ ଗାଉଛି ଗୀତ ।୧।
ବଳଦ ପିଠିରେ ଧାନ ଛେଲା ନଦା
ବାଜୁଛି ଘଣ୍ଟି ଘାଗୁଡ଼ି
ଧାନବିଡ଼ା ନଦା ହୋଇ ଆସୁନାହିଁ
ବିଲରୁ ତ ଗୋରୁଗାଡି
କାହିଁ ଗାଈଆଳ ବଇଁଶୀର ସ୍ୱର
କରୁନାହିଁ ଉଚ୍ଚାଟିତ ।୨।
ଘରେଘରେ ଅଙ୍କା ମୁରୁଜର ଚିତ୍ର
ମାଣ ବସା ଗୁରୁବାର
ମାଜୟଶ୍ରୀ ଦାସଆ ଲଷ୍ମୀଙ୍କର ପୂଜା ଚାଲିଛି ଲୋ
ତା’ପାଦେ କୋଟି ଜୁହାର
ଉଜୁଡ଼ା କ୍ଷେତକୁ ଦେଖିଣ ଆକୁଳେ ।୩।