• About
  • Contact
Wednesday, January 21, 2026
Wednesday, January 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀକୃଷ୍ଣ

ଶ୍ରୀକୃଷ୍ଣ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୬ ସେପ୍ଟେମ୍ବର ୨୦୨୩

ତୁ ନାଥ ଧର୍ମ ରକ୍ଷାକାରି
ତୁ ନାଥ ସନ୍ଥ ହିତକାରି.
ଅଧର୍ମ ହେଲେ ବଳବାନ
ପାପୀ ପାଆନ୍ତି ଉଚ୍ଚସ୍ଥାନ.
ମାନନ୍ତି ନାହିଁ ନର ଧର୍ମ
କରନ୍ତି ନାନା ଅପକର୍ମ.
ସାଧୁଏ କରି ଏକସ୍ୱର
ତୋତେ ଡାକନ୍ତି ରମାବର.
ତୋ ବିଶ୍ୱ ତୁହି ରକ୍ଷା କର
ଏହାହିଁ ପ୍ରାର୍ଥନା ତାଙ୍କର.
ମାନବ ଦେହ ଧରି ତୁହି
ଜନମ ହେଉ ଭାବଗ୍ରାହୀ.
ପାପୀଙ୍କ ବିନାଶର ଅର୍ଥେ
ଲୀଳା ତୁ ରଚୁ ଏହି ମର୍ତ୍ତେ.
ଶ୍ରୀକୃଷ୍ଣ ରୂପେ ନେଲୁ ଜନ୍ମ
ପାଳିଲୁ ତୁହି ତୋର ଧର୍ମ.
ଦେଖାଇ ଅଲୌକିକ ଶକ୍ତି
ଅସୁରେ ଦେଲୁ ତୁ ନିପାତି.

ଗୋରୁ ବ୍ରାହ୍ମଣ କଲୁ ରକ୍ଷା
ଜଗତେ ଦେଲୁ ସାମ୍ୟ ଦୀକ୍ଷା.
ପ୍ରକୃତି ପୂଜା ଶିଖାଇଲୁ
ଗୋବର୍ଦ୍ଧନ କୁ ତୁ ପୂଜାକଲୁ.

ହେ କୃଷ୍ଣ ପ୍ରଭୁ ନନ୍ଦସୁତ
କରୁଛି ମୁହିଁ ପ୍ରଣିପାତ.
ଯଶୋଦା ନନ୍ଦନ ଗୋବିନ୍ଦ
ଶରଣ ତୋ ପଦାରବିନ୍ଦ.
ତୁ ନାଥ ଦୟାର ସାଗର
ଏ ଦୀନେ ବାରେ ଦୟାକର.
ହେଉ ମୋ ସଦଜ୍ଞାନ ଉଦେ
ନ ପଡେ କେବେ ମୁଁ ପ୍ରମାଦେ.
ତୋ ନାମ ତୁଣ୍ଡ ଘୋଷୁ ଥାଉ
ତୋ ପାଦେ ପ୍ରାଣ ଲୀନ ହେଉ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

by Manas Ranjan Mahapatra
January 20, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬ ୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ...

Read more
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.