ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୧ ମାର୍ଚ୍ଚ ୨୦୨୩
ଶ୍ରୀରାମ ପୁରୁଷୋତ୍ତମ (ଘୋଷା)
ଶ୍ରୀରଘୁନନ୍ଦନ ପ୍ରଭୁ
ସତ୍ୟସନ୍ଧ ପରଂବ୍ରହ୍ମ.
ଭକତ ବତ୍ସଳ ନାଥ
କରିଥାଅ ବିଶ୍ୱହିତ
ଜାନକୀ ରମଣ ହରି
କାଣ୍ଡ କୋଦଣ୍ଡ ଧାରଣ.
ଶ୍ରୀରାମ ପୁରୁଷୋତ୍ତମ–
ବିଭେଦ ବିଦ୍ୱେଷ ହର
ଧରମ ଆଦର୍ଶ ଧର
ମିତ୍ର ଧର୍ମ ରକ୍ଷାକାରୀ
ଦାସ କର ଉଧାରଣ.
ଶ୍ରୀରାମ ପୁରୁଷୋତ୍ତମ–
ଦର୍ପ ନାଶନ ଶ୍ରୀପତି
ଆଶ୍ରିତ ର ଗତି ମୁକ୍ତି
ପ୍ରଜାନୁରଞ୍ଜନ ରାଜ
ତୁମ କର୍ମ ହିଁ ପୁରାଣ
ଶ୍ରୀରାମ ପୁରୁଷୋତ୍ତମ–
ଶ୍ରୀରାମ ନବମୀ ଅବସରରେ
ରାଘବଙ୍କ ପାଦ ପଦ୍ମରେ ଅଧମ ପ୍ରଣତି ବାଢିବା
ସହିତ ଶରଣ ନେଉଛି.