ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ନଭେମ୍ବର ୨୦୨୨
ଆମ ଏ ଧରିତ୍ରୀ ମା
ଥିଲା ଜଳ ମୟ ଦିନେ
ଜୀବର ହୋଇଲା ସୃଷ୍ଟି
ରହିଲେ ସେ ଭାସମାନେ.
ସ୍ଥଳଭାଗ ସୃଷ୍ଟି ଯୋଗୁଁ
ସ୍ଥଳଚର ଜୀବ ହେଲା
ମାଟିରୁ ପୋଷକ ନେଇ
ସୁସ୍ଥେ ଜୀବନ ଜୀଇଁଲା.
ପରିଶେଷେ ହେଲା ନର
ସ୍ଥଳ ରେ କରିଲା ବାସ
ଉଦ୍ଭିଦ ଯୋଗାଇଦେଲା
ନର ପାଇଁ ଖାଦ୍ୟ ଶସ୍ୟ.
ମାଟିରେ ଲୁଚିଛି ଗୁଣ
ଉଦ୍ଭିଦକୁ ସବୁ ଜଣା
ନିଜର ପ୍ରକୃତି ନେଇ
ମାଟିରୁ କରଇ ଟଣା.
ମିଠା ହେଉ ଅବା କସା
ପିତା ପୁଣି ଅନ୍ୟ ସ୍ୱାଦ
ନିଜ ଚେର ଦେଇ ନେଇ
ଫଳେ କରଇ ସେ ଖାଦ୍ୟ.
ଭିନ୍ନ ଭିନ୍ନ ଜାତି ଗଛ
ଫଳ ଭିନ୍ନ ଭିନ୍ନ ଜାତି
ମାଟିରୁ ପୋଷକ ନେଇ
ହୁଅଇ ଫଳ ପ୍ରକୃତି.
ପ୍ରକୃତି ଓ ମାଟି ମୂଳ
ରଖିଛି ସବୁ ସାଇତି
ଗଛ ଗୁଣ ଅନୁଯାୟୀ
ଫଳ ଫଳାଇ ଦିଅନ୍ତି.
ଠିକ ସେହିପରି…
ଭଲ ମନ୍ଦ ସବୁ ନେଇ
ପରିପୂର୍ଣ୍ଣ ଏହି ବିଶ୍ୱ
ନର କରଇ ସିଦ୍ଧାନ୍ତ
ଅମୃତ ନେବ କି ବିଷ.
ଅମୃତ ଗ୍ରହଣ କଲେ
ଅମୃତ ଫଳ ଫଳଇ
ବିଷ ନେଲେ ବାଛି କରି
ବିଷ ହିଁ ଦେବ ଫେରାଇ.