ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ନଭେମ୍ବର ୨୦୨୨
ପ୍ରଭୁଙ୍କର ସୃଷ୍ଟି ଅଦ୍ଭୁତ ନିଆରା
ସବୁ ସୃଷ୍ଟି ଗୁଣ ଭିନ୍ନ ଭିନ୍ନ
ଲାଗଇ ଆଖିକୁ ସୁନ୍ଦର କିଏସେ
କା’ରରଙ୍ଗ କରେ ଆନମନ
ଆକାଶ ଦିଶଇ ନୀଳାଭ ଆଖିକୁ
ସାଗରର ଜଳ ଦିଶେ ନୀଳ
ଆକାଶ ସାଗର ନିଜ ରଙ୍ଗେ ସଦା
ମନ କୁ କରନ୍ତି ସୁନିର୍ମଳ.
ନାନା ରଙ୍ଗ ଫୁଲ ହୋଇ ପ୍ରସ୍ଫୁଟିତ
ସାତ୍ତ୍ୱିକ ଆନନ୍ଦ ଭରି ଦିଏ
ଫୁଲର ସୁଗନ୍ଧ ପବନେ ବିସ୍ତାରି
ମାନବେ ବିମୁଗ୍ଧ ସଦା କରେ.
ପ୍ରକୃତି ଏପରି କେତେଯେ ସୌନ୍ଦର୍ଯ୍ୟ
ଖଞ୍ଜିଛି ଏହି ମାନବ ପାଇଁ
ଆଖି କାନ ନାକ ପାଟି ସେହିଥିରେ
ଅସୀମ ଆନନ୍ଦ ପାଇ ଥାଇ.
ଶରୀର ଅକ୍ଷମ ଯେଉଁ ନର ଟାର
କି ବୁଝଇ ସିଏ ସୌନ୍ଦର୍ଯ୍ୟ କୁ
ଜୀଇଁବା ପାଇଁ କି ଦୁନିଆ ଭିତରେ
ବାଜି ସେ ଲଗାଏ ଜୀବନ କୁ.
ପ୍ରକୃତି ସୌନ୍ଦର୍ଯ୍ୟ ଆପେକ୍ଷିକ ସିନା
ସଭିଙ୍କୁ ନଦିଶେ କେବେ ସମାନ
ମଣିଷ ନିଜର ଚେତନା ଦୃଷ୍ଟିରେ
ଅନୁଭବେ ତାକୁ ଭିନ୍ନ ଭିନ୍ନ.
* * * * * *
ମାତ୍ର—–
ମଣିଷ ସୁଗୁଣ ଅକ୍ଷୟ ଅମୁଲ୍ୟ
ବିନା ସାହାରା ରେ ସିଏ ବ୍ୟାପେ
ସବୁ ମଣିଙ୍କ ହୃଦୟ କୁ ଛୁଏଁ
ପ୍ରସାରିତ ହୁଏ ତାହା କ୍ଷୀପ୍ରେ.