• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

“ସୁନା ପ୍ରତି”

“ସୁନା ପ୍ରତି”
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୩ ଜୁନ୍ ୨୦୨୩

ଆରେ ସୁନା ତୁହି, କଳହ ପସରା
ନିଆଁ ଜlଳୁ ଘରେ ଘରେ
ତୋର ପାଇଁ ବାଇ, ନର ନାରୀ ହୋଇ
ଲଭିବାକୁ ମନ ଘାରେ ।।

ଥିବା ଲୋକ ପିନ୍ଧି, ଅଳଂକାର ଖୁନ୍ଦି
ଦେଖାଇ ହୁଅଇ ଭାରୀ
ନଥିବା ଲୋକଟି, ହୁଏ ହୀନିମାନ
ତୋତେ ମନେମନେ ଝୁରି ।।

ସଂକୋଚରେ ଦିନ, ଅବଶୋଷ ମନ
ପରିସ୍ଥିତି ଦାସ ହୁଏ,
ଇଚ୍ଛାକୁ କେ ମାରି, ବିବେକ ସୁଧାରି
ଭବିଷ୍ୟତ କଥା ଚାହେଁ ।।

ତୁହି ଦଗାଦିଆ, କଳହର ନିଆଁ
ଗୀରିସ୍ତ, ଭାର୍ଯ୍ୟାର ମଧ୍ୟେ
କେତେ ହାଟ ନାଟ, ହଟାପାଟି ରାଷ୍ଟ୍ର
ବାଚନିକ ଯୁଦ୍ଧ ଶବ୍ଦେ ।।

କେତେ ରାଗରୁଷା, କଟୁ, ତିକ୍ତ ଭାଷା
ସୁଖକୁ କରୁଛୁ ହାନି,
ଅଭାବୀ ମଣିଷ, ଅଭାବରେ ବଶ
ସମାଜରେ ହୀନିମାନୀ ।।

ହେଲେ ଶୁଭ କାର୍ଯ୍ୟ , ଗହଣାର ତେଜ
ଵିଜ୍ଞାପନ ଦିଆନିଆଁ
କେତେ ଯେ ବଢ଼ାଇ, ରଙ୍ଗ, ରସ ଛଇ
ଆତ୍ମ ବଡ଼ିମାକୁ କୁହା ।।

ନଥିବା ଲୋକଟି, ହୁଏ ଲୋଚା କୋଚା
ସଂକୋଚରେ କାନ୍ଦ କାନ୍ଦ,
ଗିରସ୍ତ ପାଖରେ, କଟୁ କଥା ବାରେ
ଖାଇ ଗାଳି ମାଡ, ପଦ ।।

ସୁଖର ନିଦ୍ରାକୁ, ହଜାଇ ନେଉଛୁ
ତୁହି ଯେବେ ଥାଉ ଘରେ,
ଛାତି ଧଡ଼ ଧଡ଼, ଭୟେ ଜଡ଼ଷଡ
ସନ୍ଦେହ ଭାବନା ଘାରେ ।।

ତୋତେ ପାଇବାକୁ, ମନ ତୋଷିବାକୁ
ଅବାଟ ବାଟୋଇ କିଏ,
କେହି ଖାଏ ଲାଞ୍ଚ, କରି ପେଞ୍ଚ ପାଞ୍ଚ
ଧରା ହେଲେ ଜେଲ ଯାଏ ।।

ସଭିଙ୍କ ନଜର, ତୋହରି ଉପର
ଲାଭ, ଲୋଭ ଆଖିଟିଏ
ମିଳିଲେ ମଉକା, କେହି ଦିଏ ଧୋକା
କଳାକନା ବୁଲାଇ ଦିଏ ।।

ମନ ସାନ୍ତ୍ୱନାରେ, ମହତଟି ପାରେ
ନକଲି ଗହଣା କିଣି,
ସାମୟିକ ସୁଖ, ପାଇଁ ରୂପରେଖ
ସଜାଏ କେ ଜାଣି ଜାଣି ।।

ତୁହି ଥିଲେ ପlଶେ, ଅହଂକାର ଆସେ
ହାବ, ଭାବ ବଦଳାଉ
କରି ଦେଉ ଅନ୍ଧ, ବୁଦ୍ଧି କରୁ ମନ୍ଦ
ଗରବ ମନରେ ଥୋଉ ।।

ଗଉରବ, ମାନ, ଶିଷ୍ଟାଚାର ଜ୍ଞାନ
ଅମଣିଷ ମନ ବାରେ,
ପଶୁ ବ୍ୟବହାର, ହୀନ କାରବାର
ତୋତେ ଦେଖି ଆପେ ଭାରେ ।।

ସଭା ସମିତିରେ, ବିବାହ, ବ୍ରତରେ
ତୋହର ପ୍ରଚାର କେତେ,
କିଏ କେତେ କୁହେ, ଗେଲେଇଟି ହୁଏ
ଛଅକୁ ଛପନ ସତେ ।।

ଦେଖେଇ ଚୁହାଁଇ, କେତେ କୁହାକୁହି
ଛେଲେଇ, ଛେଲେଇ କଥା,
ବାଧୁ,କାଟୁ ମନ, ଦୁଃଖ ଅଭିମାନ
ସେଥିପ୍ରତି ନାହିଁ ଚିନ୍ତା ।।

ଲଭିବାକୁ ତୋତେ, ସତମିଛ କେତେ
କୂଟ, କପଟର ରାହା,
ଛଳନା ବାହାନା, ଛନ୍ଦମନ୍ଦ ସିନା
ଅନୀତି ଦୁର୍ନୀତି ସାହା ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଶୁଣ ସର୍କାର
Literature

ଶୁଣ ସର୍କାର

by ପ୍ରଭୁକଲ୍ୟାଣ ମହାପାତ୍ର
June 18, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୫ କାନ ଖୋଲି ଶୁଣ ସରକାର, ଗରିବଙ୍କ ଦୁଃଖ ଦୂର କର। ବେକାରୀ ରହିଛି ଭରପୁର, ଦରବୃଦ୍ଧି ପୁଣି ସୀମାପାର।...

Read more
ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

June 17, 2025
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.