• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

“ସୁନା ପ୍ରତି”

“ସୁନା ପ୍ରତି”
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୩ ଜୁନ୍ ୨୦୨୩

ଆରେ ସୁନା ତୁହି, କଳହ ପସରା
ନିଆଁ ଜlଳୁ ଘରେ ଘରେ
ତୋର ପାଇଁ ବାଇ, ନର ନାରୀ ହୋଇ
ଲଭିବାକୁ ମନ ଘାରେ ।।

ଥିବା ଲୋକ ପିନ୍ଧି, ଅଳଂକାର ଖୁନ୍ଦି
ଦେଖାଇ ହୁଅଇ ଭାରୀ
ନଥିବା ଲୋକଟି, ହୁଏ ହୀନିମାନ
ତୋତେ ମନେମନେ ଝୁରି ।।

ସଂକୋଚରେ ଦିନ, ଅବଶୋଷ ମନ
ପରିସ୍ଥିତି ଦାସ ହୁଏ,
ଇଚ୍ଛାକୁ କେ ମାରି, ବିବେକ ସୁଧାରି
ଭବିଷ୍ୟତ କଥା ଚାହେଁ ।।

ତୁହି ଦଗାଦିଆ, କଳହର ନିଆଁ
ଗୀରିସ୍ତ, ଭାର୍ଯ୍ୟାର ମଧ୍ୟେ
କେତେ ହାଟ ନାଟ, ହଟାପାଟି ରାଷ୍ଟ୍ର
ବାଚନିକ ଯୁଦ୍ଧ ଶବ୍ଦେ ।।

କେତେ ରାଗରୁଷା, କଟୁ, ତିକ୍ତ ଭାଷା
ସୁଖକୁ କରୁଛୁ ହାନି,
ଅଭାବୀ ମଣିଷ, ଅଭାବରେ ବଶ
ସମାଜରେ ହୀନିମାନୀ ।।

ହେଲେ ଶୁଭ କାର୍ଯ୍ୟ , ଗହଣାର ତେଜ
ଵିଜ୍ଞାପନ ଦିଆନିଆଁ
କେତେ ଯେ ବଢ଼ାଇ, ରଙ୍ଗ, ରସ ଛଇ
ଆତ୍ମ ବଡ଼ିମାକୁ କୁହା ।।

ନଥିବା ଲୋକଟି, ହୁଏ ଲୋଚା କୋଚା
ସଂକୋଚରେ କାନ୍ଦ କାନ୍ଦ,
ଗିରସ୍ତ ପାଖରେ, କଟୁ କଥା ବାରେ
ଖାଇ ଗାଳି ମାଡ, ପଦ ।।

ସୁଖର ନିଦ୍ରାକୁ, ହଜାଇ ନେଉଛୁ
ତୁହି ଯେବେ ଥାଉ ଘରେ,
ଛାତି ଧଡ଼ ଧଡ଼, ଭୟେ ଜଡ଼ଷଡ
ସନ୍ଦେହ ଭାବନା ଘାରେ ।।

ତୋତେ ପାଇବାକୁ, ମନ ତୋଷିବାକୁ
ଅବାଟ ବାଟୋଇ କିଏ,
କେହି ଖାଏ ଲାଞ୍ଚ, କରି ପେଞ୍ଚ ପାଞ୍ଚ
ଧରା ହେଲେ ଜେଲ ଯାଏ ।।

ସଭିଙ୍କ ନଜର, ତୋହରି ଉପର
ଲାଭ, ଲୋଭ ଆଖିଟିଏ
ମିଳିଲେ ମଉକା, କେହି ଦିଏ ଧୋକା
କଳାକନା ବୁଲାଇ ଦିଏ ।।

ମନ ସାନ୍ତ୍ୱନାରେ, ମହତଟି ପାରେ
ନକଲି ଗହଣା କିଣି,
ସାମୟିକ ସୁଖ, ପାଇଁ ରୂପରେଖ
ସଜାଏ କେ ଜାଣି ଜାଣି ।।

ତୁହି ଥିଲେ ପlଶେ, ଅହଂକାର ଆସେ
ହାବ, ଭାବ ବଦଳାଉ
କରି ଦେଉ ଅନ୍ଧ, ବୁଦ୍ଧି କରୁ ମନ୍ଦ
ଗରବ ମନରେ ଥୋଉ ।।

ଗଉରବ, ମାନ, ଶିଷ୍ଟାଚାର ଜ୍ଞାନ
ଅମଣିଷ ମନ ବାରେ,
ପଶୁ ବ୍ୟବହାର, ହୀନ କାରବାର
ତୋତେ ଦେଖି ଆପେ ଭାରେ ।।

ସଭା ସମିତିରେ, ବିବାହ, ବ୍ରତରେ
ତୋହର ପ୍ରଚାର କେତେ,
କିଏ କେତେ କୁହେ, ଗେଲେଇଟି ହୁଏ
ଛଅକୁ ଛପନ ସତେ ।।

ଦେଖେଇ ଚୁହାଁଇ, କେତେ କୁହାକୁହି
ଛେଲେଇ, ଛେଲେଇ କଥା,
ବାଧୁ,କାଟୁ ମନ, ଦୁଃଖ ଅଭିମାନ
ସେଥିପ୍ରତି ନାହିଁ ଚିନ୍ତା ।।

ଲଭିବାକୁ ତୋତେ, ସତମିଛ କେତେ
କୂଟ, କପଟର ରାହା,
ଛଳନା ବାହାନା, ଛନ୍ଦମନ୍ଦ ସିନା
ଅନୀତି ଦୁର୍ନୀତି ସାହା ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.