• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୁଣ ସର୍କାର

ଶୁଣ ସର୍କାର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୫

କାନ ଖୋଲି ଶୁଣ ସରକାର,
ଗରିବଙ୍କ ଦୁଃଖ ଦୂର କର।
ବେକାରୀ ରହିଛି ଭରପୁର,
ଦରବୃଦ୍ଧି ପୁଣି ସୀମାପାର।
ସ୍ୱାସ୍ଥ୍ୟ ସେବା ଏଠି ଛାରଖାର,
ପାଣି ପାଇଁ ପଡ଼େ ହାହାକାର।
ବ୍ୟବସାୟ ଚାଲିଛି ଶିକ୍ଷାର,
ନିଶା କାରବାର ଜୋରଦାର।
ଆଇନ ଶୃଙ୍ଖଳା ହତାଦର,
ବଢୁଛି ମହିଳା ବଳାତ୍କାର।
ଦୁର୍ନୀତିଖୋରଙ୍କୁ ଗୁଳି ମାର,
ସମସ୍ୟାର କର ପ୍ରତିକାର।
ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଜୁଳିର,
ସମସ୍ୟା ଅତ୍ୟନ୍ତ ଭୟଙ୍କର।
ଲୋକ ହେଉଛନ୍ତି ହରବର,
ଅନ୍ତ ଘଟୁ ନାହିଁ ସମସ୍ୟାର।
ମାଗଣା ଯୋଜନା ତ୍ୟାଗ କର,
ଲୋକଙ୍କୁ ଗୋଡ଼ରେ ଛିଡ଼ାକର।।୧।।

ଆଖି ଖୋଲି ଦେଖ ସରକାର,
ନୂଆ ଓଡ଼ିଶାର ଚିତ୍ରକର।
ବିଗତ ଦିନର କଳାକାର,
ନିଜ ଭୁଲ୍ ପାଇଁ ହତାଦର।
ଘରୋଇ କମ୍ପାନୀ ବେଫିକର,
ଚାନ୍ଦାରେ ପାଇଛି କାମ ତା’ର।
ଶିଳ୍ପରେ ବଢ଼ାଅ ରୋଜଗାର,
ଦାଦନକୁ କର ପ୍ରତ୍ୟାହାର।
ଶିଳାନ୍ୟାସ ପର୍ବ ବନ୍ଦ କର,
ଲୋକାର୍ପଣ କର ଲଗାତାର।
ପଡ଼ୋଶୀ ସହିତ ମତାନ୍ତର,
କଳି ବଢ଼ାଉଛି ସୀମାନ୍ତର।
ମହାନଦୀ ଜଳ ବିବାଦର,
କରିଦିଅ ଶୀଘ୍ର ପ୍ରତିକାର।
ପ୍ରଗତି ହେଉଛି ଓଡ଼ିଶାର,
ମିଳୁନାହିଁ ଏଠି ରୋଜଗାର।
ଭାଷଣ ଚାଲିିଛି ନିରନ୍ତର,
ଦୁଃଖ ହଟୁନାହିଁ ଲୋକଙ୍କର।।୨।।

ଜନ ପ୍ରତିନିଧି ମାନ୍ୟବର,
ରାଜନୀତି ଆଗେ ସଫାକର।
କଥା କମ୍ କହି କାମ କର,
ଭରଷା ବଢ଼ିବ ଜନତାର।
ଆବଶ୍ୟକ ନାହିଁ ପ୍ରଚାରର,
ହିସାବ ନିକାଶ ବରାବର।
ଶାସନେ ବ୍ୟାପୁଛି ଭ୍ରଷ୍ଟାଚାର,
ସମସ୍ୟା ବଢ଼ୁଛି ଲୋକଙ୍କର।
ନେତା କହୁଛନ୍ତି ଥୟ ଧର,
ଦେଖିବ ଶାସନ ଚମତ୍କାର।
କଳା ଟଙ୍କା ଏଠି ସରସର,
ନିର୍ବାଚନେ ତାହା ଖରଖର।
ଚାନ୍ଦା ଲାଗି ଦଳ ତରତର,
ସ୍ୱଚ୍ଛତା ସକାଶେ କିଆଁ ଡର।
ସମ୍ପତ୍ତି ବଢ଼ୁଛି ନେତାଙ୍କର,
ସାଧାରଣ ଲୋକ କ୍ଷୁଧାତୁର।
ଅସମତା କେବେ ହେବ ଦୂର,
ଗୀତା, ଭାଗବତ ପାଠ କର।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଘୋଷ ଯାତ୍ରା
Literature

ଘୋଷ ଯାତ୍ରା

by ବିଜୟ କୁମାର ପାଣି
July 16, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଜୁଲାଇ ୨୦୨୬ ହୋ ଡାହୁକେ ହୋ, ହୋ ଭକତେ ହୋ ବଡ଼ଦାଣ୍ଡେ ଆଜି ଗହଳି ଲାଗିଛି ଛୁଟୁଅଛି କେତେ...

Read more
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.