ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ଡିସେମ୍ବର ୨୦୨୨
“ଦେହ” ରେ ସୁନ୍ଦର ଯଦି କିଏ
ଲାଗଇ ଆଖିକୁ ଭଲ
“ପୋଷାକ” ସୁନ୍ଦର ଯଦି କା’ର
ନୁହେଁ ଯଦି କିଏ ତୁଲ.
“ଚାଲିବା” ସୁନ୍ଦର ଯଦି କା’ର
ଆକର୍ଷଣୀୟ ଲାଗେ
“ହସ” ଟା ସୁନ୍ଦର ହସି ଦେଲେ
ଭଲ ସେ ଲାଗେ ଆଗେ.
“କହିବା” ସୁନ୍ଦର କହୁଥିଲେ
ଯଦି କେ ସଜେଇ କହେ
“ଗାଇବା” ସୁନ୍ଦର ଶୁଭେ କର୍ଣ୍ଣେ
ଗୀତ ଗାଇ ଦିଏ କିଏ.
ମାତ୍ର:
ସବୁ ସୁନ୍ଦରତା ମଧ୍ୟେ ଯଦି
ହୃଦୟ ସୁନ୍ଦର ନାହିଁ
କା’ଦୁଃଖ ରେ ଯଦି ସିଏ କେବେ
ସାଥୀ ଟିଏ ହୋଇ ନାହିଁ.
“ହସିବା” “କହିବା” କରି ଆଗେ
ପଛରେ ଅନିଷ୍ଟ କରେ
ଯେତେ ସୁନ୍ଦରତା ଥାଉ ତା’ର
ନିନ୍ଦିତ ସିନା ଲୋକରେ.