• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୂନ୍ୟ ପଥର ଯାତ୍ରୀ

ଶୂନ୍ୟ ପଥର ଯାତ୍ରୀ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୯ ମଇ ୨୦୨୩

ଶୂନ୍ୟ ପଥଟିର, ଯାତ୍ରୀଏଁ ସରବେ
ସ୍ୱାର୍ଥ କରୁଅଛି ଗ୍ରାସ,
ବିବେକ ବୁଦ୍ଧି, ହୁଅଇ ବିନାଶ,
ପାପଟି କରୁଛି ନାଶ ।।

ସଭ୍ୟ ସମାଜଟି, ଅବକ୍ଷୟ ମୁଖି
ଅସଭ୍ୟକୁ ନିମନ୍ତ୍ରଣ,
ସଂସ୍କାର, ସଂସ୍କୃତି, ଆପେ ଆପେ ଇତି,
ପ୍ରାଶ୍ଚାତ୍ୟର ଟାଣପଣ ।।

ନିଶା ଖିଆ ପାଟି, ହୁଏ ଛାଟିପିଟି
ଅଭାଷା, କୁଭାଷା କଥା,
ବରିଷ୍ଠ, କନିଷ୍ଠ, ଗୁରୁ, ଗୁରୁଜନ
କରେନାହିଁ ମୂଢ଼ ଚିନ୍ତା ।।

ରକତର ନଈ, ଯାଏ ବହି ବହି
ହଣା, କଟା ଖେଳଘର,
ଗୋଳା, ବାରୂଦର, ମୃତ୍ୟୁ ଉପହାର
ଅନାୟସେ, ନିରନ୍ତର ।।

ଆଶା, ଅବଶୋଷ, ହୋଇବ ପାଉଁଶ
ଧୂଳିରେ ମିଶିବ ଦିନେ,
ଶୂନ୍ୟ ହାତଟିରେ ଆସିଅଛେ ଜଣେ
ଶୂନ୍ୟ, ହୋଇ ଯିବା ଜଣେ ।।

କିଛି ବି ଯିବନି, ସାଥି ହୋଇ ସାଥେ
ସବୁ କରିଦେବେ ପର,
ସମ୍ପତି, ସମ୍ପର୍କ, ଭୋଗ, ଭାଗ୍ୟ, ସବୁ
ଦିନେ କରିଦେବେ ଦୂର ।।

କୁଟୁମ୍ବ, ସଦୋର, ଘର, ପରିବାର
ଗାଡ଼ି, ବାଡ଼ି, ଅଟାଳିକା,
ପାପରେ ସଞ୍ଚିତ, ଅରଜନ ଚିତ୍ର
ନହେବେ କେହିଟି ସଖା ।।

ମାଟିର ମଣିଷ, ମାଟିରେ ପାଉଁଶ
ମରଣ ଯୁଇରେ ହୋଇ,
ଭଲ ମନ୍ଦ କଥା, ଶ୍ଵାସିତ ବାରତା
ଚିର ଅମରଟି ସେହି ।।

ଯାହା ପାଇଁ ବାଇ, ଦିନ ରାତି ନେଇ
ଆକୁଳ ବିକଳ ମନ,
ସମୟ ସ୍ରୋତରେ, ଭୁଲିଯିବେ ବାରେ
ଆପଣା ସ୍ୱାର୍ଥକୁ ଧ୍ୟାନ ।।

ଦିନ, ମାସ, ବର୍ଷ, ଛଳନାରେ ବଶ
ଲୋକ ଦେଖାଣିଆ ହାଟ,
କରି କନ୍ଦା କଟା, ବିଦ୍ଧି ବିଧାନଟା
କାମଚଳା ସବୁ ପାଠ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.