• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୫ ଅଗଷ୍ଟ ୨୦୨୩

ସ୍ୱାଧୀନ ଭାରତ, ସବୁରି ମହତ
ଗର୍ବ, ଗାରିମାର ହେତୁ,
ଉନ୍ନତି, ପ୍ରଗତି, ଶାନ୍ତି ଓ ମଇତ୍ରୀ
ପଥରେ ହୋଉଛି ସେତୁ ll
ସବୁରି ଜନନୀ, ଜନ୍ମମାଟି ପୁଣି
ପାଳି ପୋଷିଅଛି ସିଏ,
ଅତୁଳ, ଅମୁଲ, ଗାରିମାର ତୁଲ
ସରିସମ ନାହିଁ କିଏ ll
ଏହି ଆର୍ଯ୍ୟଭୂମି, ସନାତନ ଭୂମି
ବେଦ ବେଦାନ୍ତର ଭୂମି
କେତେ ସୁର, ବୀର, ମୁନିୠଷି ନର
ତପ ସାଧନାରେ ଶ୍ରମି ll
ବେଦ ଓ ପୁରାଣ, ପୋଥି ରାମାୟଣ
ମହାଭାରତଟି ଲେଖା,
କେତେ ଜ୍ଞାନ, ମାନ, ସନ୍ଦେଶ ଜ୍ଞାପନ
ଅଗଣିତରେ ଅଲେଖା ll
କେତେ ସାହିତ୍ୟିକ, କେତେ ଯେ ଲେଖକ
କବି, ବୈଜ୍ଞାନିକ ଏଠି,
ଅମର ସୃଷ୍ଟିକୁ, ମାଟି ଓ ମାଆକୁ
ଦେଇଛନ୍ତି ପରା ଭେଟି ll
ସହନଶୀଳତା, ମନ ଦୟାର୍ଦତା
ପରକୁ, ଆପଣା କରେ,
ପ୍ରଗତି ପଥର, ପଥିକ ସତ୍ବର
ଉନ୍ନତି ସୋପାନ ବରେ ll
କୃଷି, ଶିଳ୍ପ, ଶିକ୍ଷା, ସଂସ୍କାର ଓ ଦୀକ୍ଷା
ସଂସ୍କାର ପସରା ଘେନି,
କୃଷକ ଶ୍ରମିକ ମାଆର ସେବକ
କର୍ତ୍ତବ୍ୟ ସାଧନ ପୁଣି ll
ଭୋକିଲା ପେଟରେ, ଆହାରଟି ଭରେ
ଦୟାମୟୀ, ଦୟାଗୁଣେ
ବିଭିଧତା ମଧ୍ୟେ, ଏକତାକୁ ବାନ୍ଧେ
ଉଦାର ମହତ ପଣେ ll
ଶାନ୍ତି ତାର ମନ୍ତ୍ର, ପ୍ରୀତିଦେଇ ନିତ୍ୟ
ଶତ୍ରୁର ହୃଦୟ ଜିଣେ
ତା ଗୁଣ କୀର୍ତ୍ତନ, ଯଶ, କୀର୍ତ୍ତି ଗାନ
ସବୁ ସ୍ଥାନେ କୋଣେ କୋଣେ ll
ଦୟାର ସାଗର, ଜ୍ଞାନ ଅବତାର
ସବୁଥିରେ ଆଗୁସାର,
ଜାତି, ଧର୍ମ, ବର୍ଣ୍ଣ, ସବୁକୁ ସମ୍ମାନ
ଦେଉଛି ସେ ନିରନ୍ତର ll
ବିଶାଳ ଅଞ୍ଚଳ, ଜନତା ବହୁଳ
ନିରପେକ୍ଷ ଗଣତନ୍ତ୍ର,
ସମ୍ବିଧାନ ତାର, ଉତ୍ତମ ସୁନ୍ଦର
ସଭିଙ୍କୁ ସେ ଗୁରୁମନ୍ତ୍ର ll
ବିଶ୍ୱ ଦରବାରରେ, ଶ୍ରେଷ୍ଠ କଳେବରେ
ସ୍ୱତନ୍ତ୍ର ଆସନ ତାର
ଶିକ୍ଷା ଦୀକ୍ଷା ଦେଇ, ଶିଖାଉଛି ସେହି
ସବୁରି ସମସ୍ୟା ଦୂର ll
ଗଙ୍ଗା, ଗୋଦାବରୀ, ନର୍ମଦା, କାବେରୀ
ସିନ୍ଧୁ, ବ୍ରହ୍ମପୁତ୍ର ପରି
କେତେ ନଦୀ ବହେ, ପୁଣ୍ୟ ଧାମ ହୁଏ
ପାତକ ନେଉଛି ହlରି ll
ମୋହଦଧି ଜଳ, ଧୁଏ ପାଦତଳ
ମାଆର ଚରଣ ଛୁଇଁ,
ଗିରି ଉପତ୍ୟାକା, କାନନ ମାଳିକା
ଦରିଆ, ପ୍ରପାତ, ନଈ ll
ବଣ, ଜଙ୍ଗଲରେ, ବନଜ ଦ୍ରବ୍ୟରେ
ଜୀବନ, ଜୀବିକା ବଞ୍ଚେ,
କରି ଆପଣାର, ଦିଅଇ ଅପାର
ଅଭାବ କଷଣ ଘୁଞ୍ଚେ ll
ନିଜେତ ସଜାଏ, ବିଦେଶକୁ ଦିଏ
ସାହାଯ୍ୟର ହାତ ତୋଳି,
ପର ଦୁଃଖ କଷ୍ଟ, ଅଭାବୀକୁ ପୃଷ୍ଠ
କରଇ ସହୃଦ ଢାଳି ll
ବନ୍ଦେ ଜନନୀ, ସୌଭାଗ୍ୟ ଦାୟୀନୀ
ପୁଣ୍ୟ ଭୂମି ଏ ଭାରତ,
ଗୁଣ ଗୁଣିବାକୁ, ସାମର୍ଥ୍ୟ କାହାକୁ
ଏତ ପଦେଅଧେ ମାତ୍ର ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସନ୍ଧ୍ୟା ତୁମେ ଆଜି
Literature

ସନ୍ଧ୍ୟା ତୁମେ ଆଜି

by ସସ୍ମିତା ପଣ୍ଡା
September 11, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ତୁମେ ଆଜି ଭୋଦୁଅ ତିଥିରେ ଜହ୍ନିଫୁଲ ରଙ୍ଗମାଖି ଶ୍ରାବଣ ସ୍ମୃତିରେ ମିଠା ନିଃସଙ୍ଗତା ପାଦପଲତାର ସାକ୍ଷୀ...

Read more
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.