ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୩
ସ୍ୱାଧୀନ ଭାରତ ସନ୍ତାନ ଆମେରେ
ହାତରେ ତ୍ରିରଙ୍ଗା ଧରିବା
ଜନ୍ମଭୂମି ଜୟ ଗାଇବା
ଚିନ୍ତା ଚେତନାରେ
କଥା କରମରେ
ଦେଶ ହିତ ଚିନ୍ତା କରିବା.
ଆମେରେ ସତରେ କେଡ଼େ ଭାଗ୍ୟବାନ
ଜନ୍ମ ଆମ ଦେବଭୂମିରେ
ଦେଶ ଚାଲେ ଏଠି ଧର୍ମରେ
ଏକତା ସୂତ୍ରରେ
ସଭିଏଁ ବନ୍ଧାରେ
ଯିଏ ଯେଉଁ ଧର୍ମେ ଥାଉରେ.
ଆମ ଦେଶେ ଗଙ୍ଗା ବହିଯାଉଅଛି
ଦେହ ମନ ପାପ ଧୋଉଛି
ସାମ୍ୟ ର ସଂଗୀତ ଗାଉଛି
ଗୀତା ଭାଗବତ
ଏ ଦେଶ ମହତ୍ୱ
ଦୁନିଆକୁ ଦିଶା ଦେଇଛି.
ଆମର ଜାତୀୟ ସଂଗୀତ ମଧୁର
ସାରା ବିଶ୍ୱ ଯା’କୁ ମାନିଛି
ସିଏ ଦେଶେ ସୁଧା ଭରିଛି
କେତେ ପୂଣ୍ୟ ଶ୍ଳୋକ
ଏ ମାଟି ମହକ
ବିଶ୍ୱଜନ ଶ୍ରଦ୍ଧା ଆଣିଛି.