ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଅକ୍ଟୋବର ୨୦୨୪
ସ୍ୱାଧୀନତା ଆଜି କରୁଅଛି ଉପହାସ
ସତୋସ୍ତରୀ ବର୍ଷ ପରେବି ଲୋକ ଓପାସ
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଆବାସ
ଶାସନେ ଲୋକେ କେମିତି ରଖିବେ ବିଶ୍ୱାସ ? ।। ୧ ।।
ସ୍ୱାଧୀନତା ଆଜି କରୁଛିରେ ଆର୍ତ୍ତନାଦ
ଓଡ଼ିଆ ମୁହଁରୁ ଲିଭୁନାହିଁ ଅବସାଦ
ହଟୁନାହିଁ ଅନାହାର ମୃତ୍ୟୁ ଅପବାଦ
ଲୁଟ୍ ଚାଲିଛି ଅମୂଲ୍ୟ ଖଣିଜ ସଂପଦ
ସୀମାନ୍ତରେ ଛିଡ଼ି ପାରୁନାହିଁ ବିବାଦ
ରାଜ୍ୟ ସ୍ୱାର୍ଥକୁ ଉପେକ୍ଷା କରୁଛି ସଂସଦ
ତଥାକଥିତ ପ୍ରଗତିରେ ନାହିଁ ସୁଆଦ
ଲୋକେ ତାହା କରି ପାରୁ ନାହାନ୍ତି ଆସ୍ଵାଦ ।। ୨ ।।
ସ୍ୱାଧୀନତା ଆଜି କରୁଅଛି ଅଟ୍ଟହାସ୍ୟ
ପଚାରେ ଏଠାରୁ କେବେ ହଟିବ ଆଳସ୍ୟ
ଶୁଖିଲା ଟାଙ୍ଗରା ଭୁଇଁରେ ହସିବ ଶସ୍ୟ
ଓଡ଼ିଶା କେବେ ହୋଇବ ଦେଶରେ ନମସ୍ୟ ? ।। ୩ ।।