ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୭ ମଇ ୨୦୨୩
ଠାକୁର ବୋଲିକି ତୁହି (ଘୋଷା)
ବଡ଼ ଦେଉଳଟା ତିଆରି କରିକି
ଭକ୍ତ ବସାଇଛି ନେଇ.
ବଡ଼ଖିଆ ବୋଲି ନାମ ତୋ’ର ଦେଇ
ଷାଠିଏ ପଉଟି ନୈବେଦ୍ୟ କରାଇ
ତୁ ନିଜେ ପ୍ରକୃତି ପୁରୁଷ ବି ତୁହି
ଭକତ କହେ ତୋ ଆଦି ଅନ୍ତ ନାହିଁ
ଯାହା ଶ୍ରେଷ୍ଠ ଏହି ଧରା ମୁଲକରେ
ତୋତେ ତାହା ଦିଏ ନେଇ.
ଠାକୁର ବୋଲିକିିି———
ମହଣ ମହଣ ସୁନା ଅଳଙ୍କାର
ପିନ୍ଧାଇଣ ତୋତେ ଭକତ ବିଭୋର
ତୋର ନାମ ଉଚ୍ଚେ ଗାଇ ଗାଇ ଭକ୍ତ
ଭୁଲିସେ ନିଜକୁ କରୁଥାଏ ନୃତ୍ୟ
ତୋହର ସୁଗୁଣ ବିଶ୍ୱକୁ ଜଣାଏ
ନିଜ ସୁଖ ପଛେ ଥୋଇ.
ଠାକୁର ବୋଲିକି———
କେତେ ଯେ ଦୁର୍ଦ୍ଦିନ ଆସିଅଛି ଦର୍ପେ
ବିନାଶିଛୁ ନାଥ ତୁ ତାକୁ ସ୍ୱ ହସ୍ତେ
ଭକତ ରଖିଛୁ ଧରମ ସ୍ଥାପିଛୁ
ପତିତପାବନ ବାନା ଉଡ଼ାଇଛୁ
ଡାକୁଅଛି ଆଜି ଭକତ ଆକୁଳେ
ନୀରବ କାହିଁକି ତୁହି.
ଠାକୁର ବୋଲିକି———