ଦେବେନ୍ଦ୍ର କୁମାର ସାହୁ, ୮ ଅକ୍ଟୋବର ୨୦୨୨
ତୋ ରୂପ ଜଗାରେ
ନୟନେ ମୋ ନାଚି ଉଠୁଛି
ତୋ’ ନାଲି ହସ
ହୃଦୟକୁ ଛୁଇଁ ଯାଉଛି
ଜଗାରେ ତୋହର ଛବି ଦେଖି ମୁହିଁ
ଯାତନା ମୁଁ ଭୁଲି ଯାଉଛି.
ତୋ ଅବଢ଼ା ଜଗା
ଦେଲେ କିଏ ମୋତେ
ପ୍ରାପ୍ତି ର ସନ୍ତୋଷ ପାଉଛି
ତୋ ନିର୍ମାଲ୍ୟ ପାଇ
ଧନ୍ୟ ହୁଏ ମୁହିଁ
ଜୀବନ ସାର୍ଥକ କରୁଚ୍ଛି
ଜଗାରେ ତୋହର ତୁଳସୀ ପାଇ ମୁଁ
ଭୋକ ଶୋଷ ସବୁ ଭୁଲୁଛି.