ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୫ ଜାନୁଆରୀ ୨୦୨୪
ତୋଷାମଦ ଭଲ ଲାଗେ,
କାହା ସ୍ଥିତି ଠାରୁ ଅଧିକ କହିଲେ
ମଧୁମୟ ଯୁଗେ ଯୁଗେ.
ତୋଷାମଦ ଭଲ ନୁହେଁ,
ଆଗକୁ ବଢିବା ରାସ୍ତା ବନ୍ଦ ହୁଏ
ସ୍ଥିର ସବୁ କରି ଦିଏ.
ଲାଗେ ସିନା ମଧୁ ଝରା,
ପାଶ୍ଚାତ ରେ କେହି ଭଲ କହେ ନାହିଁ
ଲଜ୍ଜିତ ଜୀବନ ସାରା.
ତୋଷାମଦ ଯିଏ କରେ,
ନିଜ ନିଜତ୍ବ କୁ ଭୁଲିଯାଇ ସିଏ
ଶ୍ଵାନ ର ପ୍ରକୃତି ଧରେ.
ନିଜର ଲାଭ ଓ ସ୍ୱାର୍ଥ,
ତୋଷାମଦିଆ ଟା ଦେଖେ ସବୁକାଳେ
ନ ଭାବି ଆନର ହିତ.
ତୋଷାମଦ ଯିଏ ଶୁଣେ,
ତାହା ଠାରୁ ବୋକା ସଂସାର ରେ ନାହିଁ
ଭାସୁ ଥାଏ ଶୂନ୍ୟେ ଶୂନ୍ୟେ.