ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୮ ମାର୍ଚ୍ଚ ୨୦୨୩
ତୁ ଏମିତି ମହାନ ସତ୍ତା ଟିଏ
ସ୍ନେହ ପ୍ରେମ ସେବା ବିଶ୍ୱେ ଦିଏ
ତୋ ବିନା ସଂସାର ଶୂନ୍ୟ ଶୂନ୍ୟ ଲାଗେ
ତୋ ଅମୃତ ସ୍ପର୍ଶ ପ୍ରାଣ ଦିଏ.
ମା ରୂପେ ତୁହି ଶକ୍ତି ଦେଉ
ଦୁଃଖ ଅବସାଦ ହରି ନେଉ
ଭୟରେ ସନ୍ତାନ ଥରି ଉଠୁଥିଲେ
ପଣତ ଘୋଡାଇ କୋଳେ ନେଉ.
ଜାୟା ରୂପେ ହାତ ଧରି ଥାଉ
ଧର୍ମେ କର୍ମେ ସଦା ସାଥେ ରହୁ
ମନରେ ଦେହରେ ପ୍ରେମ ସ୍ପର୍ଶ ଦେଇ
ପ୍ରାଣ ମଧୁମୟ କରି ଦେଉ.
ଭଗ୍ନୀ ରୂପେ ଖେଳ ସାଥୀ ତୁହି
ସବୁ ସ୍ଥିତିରେ ତୁ ସଙ୍ଗ ଦେଉ
ଏକ ନାହି ଦୁଇ ଖଣ୍ଡ କରି ଦେଇ
ମନ ବାନ୍ଧି ଦେଇ ଏକ ହେଉ.