• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁ ଗୁହାରୀ କରିବୁ ଯାହାକୁ

ତୁ ଗୁହାରୀ କରିବୁ ଯାହାକୁ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୧୦ ଜାନୁୟାରୀ ୨୦୨୬

ଗୁହାରୀ କରିବୁ, ନେହୁରା ହୋଇବୁ
ନ୍ୟାୟକୁ ଲଢ଼ିବୁ ଯେତେ,
ହୋଇବୁ ହତାଶ, ହୋଇବୁ ନିରାଶ
କଷଣ ପାଇବୁ ସେତେ (୧)
ଭିତିରି ସମ୍ପର୍କ, ତାର ରୂପ ରେଖ
ଦିଆନିଆଁ ଭାବ ପ୍ରୀତି,
ମଧୁର ମଧୁର, ଅତି ମନୋହର
ହୋଇବନି କେବେ ଇତି (୨)
ଉପରେ ଉପରେ, ଭାସୁ ଅଛୁ ତୁହି
ଜାଣୁନୁ ଭିତିରି କଥା,
ବାହାର ସୁନ୍ଦର, ଅତି କଦାକାର
ଭିତରେ ଗୋପନ ରାସ୍ତା (୩)
ଦେଉଅଛୁ ବଟି, ଦେଉଅଛୁ ଭେଟି
ଦେଉଛୁ ପାଉଣା କେତେ,
କରି କରାୟତ, କରୁଛୁ ଆୟତ୍ତ
ଆପଣାର ଇଛା ମତେ (୪)
ବଡ଼ ବଡ଼ ଭେଣ୍ଡା, ହୋଇଛନ୍ତି ମେଣ୍ଢା
ପୋଷା କୁକୁରଟି କିଏ,
ଲାଙ୍ଗୁଡ଼କୁ ଜାକି, ରହୁଛନ୍ତି ଶଙ୍କି
ନିଷ୍ପ୍ରଭ ହୁଅନ୍ତି କିଏ (୫)
ପ୍ରତିବନ୍ଧକର ଧୂମାଳ ଲହଡ଼ି
ତୋ ଆଗରେ ପଛରେ ଛିଡ଼ା,
ହୋଇ ବାଟବଣା, ପାଇବୁ ଯନ୍ତ୍ରଣା
ହୃଦୟ, ମନରେ ପୀଡ଼ା (୬)
ଶାନ୍ତି, ସୁଖ, ନିଦ୍ରା, ହୋଇଯିବ ପଦା
ଭାଳି ଭାଳି ବହୁ କଥା,
ହୃଦ ରକ୍ତଚାପ, ମାନସିକ ତାପ
ବଢାଇବ, ବେଗ ରାସ୍ତା (୭)
ହୋଇବୁ ବାଉଳା, ହେବୁ ଦେବାଳିଆ
ହୋଇବୁ ଅପ୍ରିୟ ତୁହି
ନ୍ୟାୟ ପାଇଁ ଲଢ଼ି, ଯିବୁ ତୁହି ଷଢ଼ି
କେହି ପଚାରିବେ ନାହିଁ (୮)
ଚାରି ଦଉଡିକୁ, କାଟିଦେଇ ଅଛୁ
ଲଜ୍ଜା ସରମ ଛାଡ଼ି,
ଯିଏ ଯାହା କହୁ, ବାଛକୁଟ ହେଉ
ଆମେତ ଯାଉଛୁ ମାଡ଼ି (୯)
ମୋହିନୀ ମନ୍ତ୍ରର, ମୋହି ଦେଉ ଅଛି
ରୂପ ଯଉବନ ଦେଖି,
ଜ୍ଞାନ, ଦମ୍ବ, ଶକ୍ତି, ଲୋପ ପାଇଯାଏ
ପୀରତି ମଦିରା ଚାଖି (୧୦)
ମାନ ମହତଟି, ଦାଣ୍ଡେ, ବାଟେ ଯାଉ
ଯାଉଟି ଅନ୍ଧାରେ ଲୁଟି
ସରିବାର ନାହିଁ, ଜିରିବାର ନାହିଁ
କିଏ ଖାଉ ବାଣ୍ଟି କୁଣ୍ଟି (୧୧)
ପ୍ରତିବଦଳରେ, ସୁଖ, ଭୋଗ ଭରେ
ସେହିପରା ବଡ଼ କଥା
ଦିଅଇ ଜୀବିକା, ସୌଭାଗ୍ୟ ରେଖା
ମିଳଇ ବିବିଧ ପନ୍ଥା (୧୨)
ଧରମ ବିଚାର, କରିଦେଇ ପର
ଆମେ ଆଗଉଛୁ ଆଜି,
ପରକୁ ମୋହିବା, ମନ ମନାଇବା
ଏହି ମହାମନ୍ତ୍ର ଭଜି (୧୩)
କେଡେ କେଡେ ହାତୀ, ଗଣ୍ଡା, ଗୟଳ
ହୋଇଲେଣି ବଶୀଭୂତ,
ହୋଇ ସର୍ବନାଶ, ହୋଇଲେ ପାଉଁଶ
ହେଲା ପ୍ରତିପତ୍ତି ଖତ (୧୪)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.