ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ସେପ୍ଟେମ୍ବର ୨୦୨୪
ତୁମ ଦରଶନ ପାଇଁ
ମନ ମୋର ହେଉଛି ଅଥୟ,
ସଂସାର ଜଞ୍ଜାଳ ବାଧକ
ସାଜି ନେଇ ଯାଉଛି ସମୟ ।। ୧ ।।
ତୁମ ପାଶେ ପହଞ୍ଚିବା ପାଇଁ
କେତେଯେ ଯୋଜନା କରୁଛି,
ତୁମେ ଚାହୁଁ ନଥିବାରୁ
ତାହା ସବୁ ବିଫଳ ହେଉଛି ।। ୨ ।।
କହିଦିଅ ତୁମେ ପ୍ରଭୁ
ମୁଁ କେଉଁ ରାହା ଧରିବି ?
ସେ ପଥରେ ଗତି କରି
ତୁମ ଦିବ୍ୟ ଦର୍ଶନ ଲଭିବି ।। ୩ ।।
ତୁମ ଅନନ୍ୟ ବାଙ୍କ ଚାହାଁଣୀ
ଓ ସୁମଧୁର ବଇଁଶୀର ସ୍ୱର,
ଦିବ୍ୟ ପ୍ରେମେ ଭିଜାଉଛି
ଆଜି ହୃଦୟ ତନ୍ତ୍ରୀକୁ ମୋର ।। ୪ ।।
ରସସିକ୍ତ ତୁମର ପ୍ରାର୍ଥନା
ଆଉ ଭକ୍ତିପୂର୍ଣ୍ଣ ଭଜନ କୀର୍ତ୍ତନ,
ମନରେ ଜଗାଇ ଦେଉଛି
ମୋର ଅନାହତ ଅଜଣା କମ୍ପନ ।। ୫ ।।