ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ଜୁନ୍ ୨୦୨୩
ତୁମକୁ କରୁଛି ଶ୍ରଦ୍ଧାନିବେଦନ
ଆହେ ଶିଶୁକବି କ୍ଷୀରୋଦ ଚନ୍ଦ୍ର,
ବାକ୍ ଦେବୀ ଆଶୀଷ ପ୍ରାପ୍ତହୋଇଲ
ତୁମ କୃତି ପାଇଁ ରାଇଜ ବନ୍ଦ୍ୟ.
ତୁମ ଲେଖା ଛୁଇଁ ଶିଶୁ ମନକୁ
ଦେଉଥିଲା ସଦା ତାହାଙ୍କୁ ଶିକ୍ଷା,
ତୁମ ଲେଖା ମଧ୍ୟୁ ନିର୍ଯ୍ୟାସ ନିଗାଡ଼ି
କରୁଥିଲେ ତାଙ୍କ ଜୀବନ ଦୀକ୍ଷା.
ଜାତି ଦେଇଅଛି ତୁମକୁ ସମ୍ମାନ
ପାଇଛ ସାହିତ୍ୟେ ଶ୍ରେଷ୍ଠ ସ୍ୱୀକୃତି,
“କୋଠଭୋଗଖିଆ” ଜଣାଣ ପାଇଁକି
ସ୍ମରଣ ତୁମକୁ ରଖିବ ଜାତି.
ଆଜି ତୁମ ଜନ୍ମ ତିଥିରେ ଶ୍ରଦ୍ଧାରେ
ଭକ୍ତି ନଇବେଦ୍ୟ ବାଢୁଛି ମୁହିଁ,
ସ୍ମରଣ କରୁଛି ତୁମକୁ ହେ କବି
କରେ ଜୟ ଧ୍ୱନୀ ହୃଦୟଦେଇ.
***********
ଶିଶୁ ସାହିତ୍ୟ ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରବୀଣ ଶିଶୁ ସାହିତ୍ୟିକ, ଆକାଶ ବାଣୀ ସ୍ୱୀକୃତି ପ୍ରାପ୍ତ ଗୀତିକାର, “କୋଠ ଭୋଗଖିଆ” ଜଣାଣ ପାଇଁ ଓଡିଶା ର କୋଣ ଅନୁକୋଣରେ ସୁପରିଚିତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଜନ୍ମ ତାରିଖ ରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧା ନିବେଦନ.