ଦେବେନ୍ଦ୍ର କୁମାର ସାହୁ, ୨୬ ଅଗଷ୍ଟ ୨୦୨୨
ତୁମେ ବାଛିଅଛ ଓଡିଶା ମାଟିକୁ
ରହିବାକୁ ଜଗନ୍ନାଥ
ତୁମରି ଆଶୀଷେ ଜନ୍ମି ଓଡ଼ିଶାରେ
ମୁଁ ପ୍ରଭୁ ଭାରି ଗର୍ବିତ.
ସାରା ବିଶ୍ୱ ଜନ ତୋ ଦର୍ଶନ ପାଇଁ
ଆସନ୍ତି ଓଡିଶା ଧାଇଁ
ବିଶ୍ୱ ହିତ ଦୀକ୍ଷା ନିଅନ୍ତି ଏଠାରେ
ହିଂସା ଦ୍ୱେଷ ଛାଡ଼ିଦେଇ.
ଜାତି ଧର୍ମ ବର୍ଣ୍ଣ ନାହିଁ ମଣିଷର
ସଭିଏଁ ତ ଭାଇ ଭାଇ
ଜଗନ୍ନାଥ ଧାମେ ସଭିଏଁ ଗାଆନ୍ତି
ଆନନ୍ଦ ବଜାରେ ଖାଇ.
ଏ ମାଟି ଶିଖାଏ ସାରା ଜଗତକୁ
କେହି ନୁହେଁ ଏଠି ନେତା
ପ୍ରଭୁ ଜଗନ୍ନାଥ ଜଗତର ନେତା
ସେ ଏକା ବିଶ୍ୱ ବିଧାତା.
ଆମ ରାଇଜ ର ସଂସ୍କୃତି ସଭ୍ୟତା
ଜଗନ୍ନାଥ ଙ୍କ ସଂସୃତି
ଆମ ପରିଚୟ କାଳିଆ ସାଆନ୍ତ
ଏ ମାଟି ଶାନ୍ତିର ମାଟି.