ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୭ ଜୁଲାଇ ୨୦୨୩
ତୁମେ ବସିଅଛ ରତ୍ନ ସିଂହାସନେ
ମେଲି ଅଛ ଚକା ଆଖି
ଆଶୀଷ ବାଣ୍ଟୁଛ ସାରା ଦୁନିଆରେ
ଭାବ ଭକତି ପରଖି.
ଯିଏ ଡାକୁଅଛି ଯେଉଁ ଭାବ ନେଇ
ସେ ଭାବ ରଖ ତାହାର
ବଳିଆର ଭୁଜ ବଢ଼ାଇଛ ନାଥ
ରଖିଛ ମାନ ଦାସର.
ନେଇଅଛ ନାଥ ସେ ବେଶ ତକ୍ଷଣ
ଚାହେଁ ଯେଉଁ ରୂପ ଭକ୍ତ
ତୁମ ଚିନ୍ତା କର୍ମ ସର୍ବଦା ପ୍ରଭୁହେ
କରିବାକୁ ଭକ୍ତ ହିତ.
ତୁମେ ମୋହାତିତ ପରଂବ୍ରହ୍ମ ନାଥ
ତୁମେ ବ୍ୟକ୍ତ ଅବ୍ୟକ୍ତ
ତୁମେ ହିଁ ସମ୍ପୂର୍ଣ୍ଣ ହୋଇଥାଅ ତା’ର
ଯିଏ ହୁଏ ସମର୍ପିତ.