• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ଏମିତି ଆସୁଥାଅ….

ତୁମେ ଏମିତି ଆସୁଥାଅ….
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୨୭ ଜୁଲାଇ ୨୦୨୩

ତୁମେ ଏବେ
ସବୁ ସୀମା ସରହଦ ଡେଇଁ
ମୋ ସାମ୍ନାରେ…
ଖୁବ ଆପଣେଇ ନେଉଛ
ଛୁଉଁ ଛୁଉଁ……

ହେଇ ଦେଖ
ତୁମେ ଆସିବା ପରେ
ଜହ୍ନ କେମିତି ହସୁଛି
ତାରକା ମେଳରେ…
ପବନ ମଳୟ
ହୋଇ ଯାଉଛି କ୍ଷଣୁ କ୍ଷଣ……

କଣ୍ଟକିତ ସବୁ ରାସ୍ତା
ଏବେ ଫୁଲ ଶଯ୍ୟା…
ସାଗରର ଆନମନା ଲହଡ଼ି
ଛୁଇଁଯାଉଛି ବେଳାଭୂମିକୁ……

ତୁମେ ଆସିଲେ
ଏମିତି କାହିଁକି
ବଦଳି ଯାଉଛି ଋତୁଚକ୍ର…
ମୋ ଚାରିପାଖେ
ଖାଲି ମଳୟର ଆବାହନୀ……

ତୁମେ ସତେ
କେଉଁ ଉପାଦନାରେ
ଗଢ଼ା କେଜାଣି
ତୁମେ ମହକି ଉଠୁଛ ବାସ୍ନାରେ…
ଏପଟେ ଫୁଲ ସବୁ ବାସ୍ନାହରା……

ହେଇ ଦେଖ
ତୁମ ଆଗମନରେ
ବର୍ଷା କେମିତି
ଓଦା କରିଦେଉଛି ମାଟିକୁ…
ଟାଣ ଖରା ନରମି ଯାଉଛି……

ତୁମେ ଆସିଲେ
ଆନମନା ମନ ପକ୍ଷୀ
ଉଡ଼ି ଯାଉଛି କେଉଁ ଏକ
ଅଜଣା ଇଲାକାକୁ…
ହୃଦ କନ୍ଦରରେ
ଫୁଟୁଛି ପ୍ରୀତିର କଦମ୍ବ……

ତୁମେ ଏମିତି ଆସୁଥାଅ
ମୋ’ ସାମ୍ନାକୁ
ଚିରକାଳ…
ଚୁମି ଯାଉଥାଅ
ଅବଶିଷ୍ଟ ସମୟକୁ…
ଆଉ ଭେଦି ଯାଅ ଅନ୍ତରୀକ୍ଷକୁ……

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
Literature

ଆମେ ପାଉଡି ଭୂୟାଁ (ଭାଗ ୮୦)

by ଭବେଶ ଚନ୍ଦ୍ର କର
October 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬ ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ...

Read more
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.