ସସ୍ମିତା ପଣ୍ଡା, କଟକ, ୧୦ ନଭେମ୍ବର ୨୦୨୨
ତୁମେଗଲାପରେ
ରାତି ଆଉ ଆଗପରି ଶୋଉନାହିଁ
ସକାଳ ବି ସଜଫୁଲକୁ
ଉପହାର ଦେଉନାହିଁ
ଆଉ ସନ୍ଧ୍ୟା !! ବନ୍ଧ୍ୟାଟିଏ ହୋଇ
ସମ୍ପର୍କର ଅଡ଼ୁଆ ସୂତାରେ
ଲୋଟିଛି ଯେମିତି …………
ଜହ୍ନିଫୁଲ ଶେଷ ନିଦରେ
ଶୋଇଗଲାଣି
ସଜ ଶେଫାଳୀ ଶରତରେ
ଭୂମିଲଗ୍ନା
ନୀଳକଇଁର କବିତା
ନଇଁ ପଡ଼ିଛି ଅସୀଣର ଆସରରେ
ଜହ୍ନ ଯେମିତି କରୁଛି
ଉପହାସ ଜୋତ୍ସ୍ନାର ଉପହାର
ବଦଳରେ !!!
ବର୍ଷା ଗଳ୍ପର ଗମାତ
ସରାଗ ମାଖୁନି ହୃଦୟରେ……….
ମୌସୁମୀର ଭୁଲାପଣ ପାଖେ ………
ଶ୍ରାବଣୀର ନୂପୂର ଶବ୍ଦ କରୁନି
ମେଘଚୁକ୍ତିର ବର୍ଷଣ ମୁଖରେ ଆଉ……………..
ଫଗୁଣ ବି ବାଟବଣା ପକ୍ଷୀପରି ଏବେ
କୃଷ୍ଣଚୂଡାର ରଙ୍ଗରେ ଲାଲିମା ମାଖୁନି
ଋତୁ ଓଢ଼ଣୀକୁ କାହିଁ ?
ମଳୟର ଚଗଲାମି ଛଟାଗାଳିରେ
ରୋମାଞ୍ଚିତ ହେଉନି
ଫାଜିଲ୍ ଫଗୁଣ ଆଉ ଅନୁଭବର
ଶିର୍ଷକରେ କେବେ………….!!
ରଜନୀଗନ୍ଧାର ମହକରେ
ପୂର୍ଣ୍ଣଛେଦ ଟାଣିଛି…………
ସଜମଲ୍ଲିକାର କମାରେ
ଅଟକିଛି ଆଶାତୀତ ସ୍ବପ୍ନ………
ତଥାପି ବିଶ୍ୱାସର ଗନ୍ତାଘରେ………
ଅନାବିଳ ସ୍ପର୍ଶ ବାରବାର………
ସମୟର ବ୍ୟବଧାନରେ………
ଫେରିବକି ତୁମେ …………..
ଯଦି ଫେରିବ ତ ତେବେ……….
ହୃଦୟର ମୁକୁଳା ପରିଧିରେ
ପାଦଥାପି …………..
ତେବେ ଆଖିର ଲୁହରେ ମନ
ଅଗଣାକୁ ପୋଛିଛି ଲକ୍ଷେ ସରାଗ ତୋଳି………….
ରକ୍ତରେ ଆଙ୍କିଛି ସ୍ବସ୍ତିକ ମୁଁ……..
ତୁମ ଫେରିବା ବାଟକୁ ଚାହିଁ……..
ସଜଳ ନୟନରେ ଆମୃତ୍ୟୁ
ପର୍ଯ୍ୟନ୍ତ ଠିକ୍ ପୂର୍ବବତ୍ ସେହି ସ୍ଥାନରେ……………
ଯେଉଁଠି ମୋ ଦୁନିଆ ହୋଇଛି
ତୁମେମୟ ସତରେ………..