ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ନଭେମ୍ବର ୨୦୨୨
ତୁମେ ହେ ଜଗନ୍ନାଥେ
ଶିଖାଇଅଛ ସତେ
ଜୀବନ ଦେବାକୁ ବଳି
ସମଗ୍ର ବିଶ୍ୱର ହିତେ.
ତୁମେ ହେ ପରଂବ୍ରହ୍ମ
ବିଜେ ପୁରୁଷୋତ୍ତମ
ଚକ୍ଷୁ ମେଲି ବସିଅଛ
ସୁରକ୍ଷା କରିବ ଧର୍ମ.
ତୁମେ ଲୀଳାପୁରୁଷ
ବାଣ୍ଟୁଅଛ ପୀୟୂଷ
ତୁମର କୃପା ବାରିରେ
ଯାତନା ହୁଅଇ ନାଶ.
ତୁମେ ହେ ମହାବାହୁ
ଅମୃତ ନାମ ବହୁ
ସମର୍ପିତ ହୋଇଗଲେ
ମୁକତି ତୁହି ଦେଉ.
ତୁମେ ହେ ଲକ୍ଷ୍ମୀକାନ୍ତ
ତୁମର ବିଶ୍ୱ ସମ୍ପଦ
ଅହଂକାରେ ବୁଡ଼େ ଯିଏ
ତା’ର ତୁମେ ପ୍ରମାଦ.