ଦେବେନ୍ଦ୍ର କୁମାର ସାହୁ, ୧୩ ଅକ୍ଟୋବର ୨୦୨୨
ତୁମେ କହିଅଛ ଗୀତା
ଅର୍ଜ୍ଜୁନ କୁ କରି ଶ୍ରୋତା
ସର୍ବ କାଳୀନ ସେ କଥା ପ୍ରଣିଧାନ
ସେଥିପାଇଁ ଗୀତା ମାତା.
ବଜାଇ ମୋହନ ବଂଶୀ
ଦେଇଅଛ ଖେଦ ନାଶୀ
ସେହି ବଂଶୀ ସ୍ଵନ ହରିନିଏ ମନ
ସେହି ପୁଣି ପୂର୍ଣ୍ଣମାଶୀ.
ପଞ୍ଚଜନ୍ୟ ଧରିଅଛ
ଯେବେ ତାକୁ ବଜାଇଛ
ଅଧର୍ମ ଅଶୁଭ ଯାଇଛି ଦୂରେଇ
ଜଗତ ଶାନ୍ତି କରିଛ.
ଗୋମାତା ସେବା କରିଛ
ତା ମହତ୍ତ୍ୱ ବୁଝାଇଛ
କାମଧେନୁ ନାମ ବହିଛି ଗୋମାତା
ଗୋପାଳ ହୋଇ ଯାଇଛ.